Tue. May 20th, 2025

ବୋହୂ ମାଡ଼ରେ ବୃଦ୍ଧା ଶାଶୁ ନିର୍ଯାତିତ

By amfnews Nov 6, 2019 #Featured
181 Views

ଚାନ୍ଦବାଲି: ଶାଶୁ ବୋହୁର ସମ୍ପର୍କ ପବିତ୍ର। ହେଲେ ପରିଣତ ବୟସରଙ୍କ ଜଣେ ବୃଦ୍ଧାଙ୍କୁ ତାଙ୍କ ବୋହୁ ସେବା କରିବା ବଦଳରେ ଦୈନନ୍ଦିନ ଥରେ ମାତ୍ର ଖାଇବାକୁ ଦେଇ ଦିନ ସାରା ମାଡ଼ ମାରୁଥିବା ଭଳି ସଂଗିନ ଅଭିଯୋଗ କରିଛନ୍ତି ୮୦ ବର୍ଷୀୟ ଶାଶୁ କୋଇଲ ପୋଥାଳ। ବୟସର ଅପରାହ୍ନରେ ସାହାରା ଖୋଜୁଥିବା ବେଳେ ଏକମାତ୍ର ପୁଅ ମଧ୍ୟ ବେସାହାରା କରିଦେଇ ମା’କୁ ରାସ୍ତା କଡ଼ରେ ଛାଡ଼ିଦେଇଛି।

ଭଦ୍ରକ ଜିଲ୍ଲା ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ର ବାରଣ୍ଡାରେ ତେବେ କେତେକ ବ୍ୟକ୍ତି ଏହି ଦୃଶ୍ୟ ଦେଖି ଚାନ୍ଦବାଲି ତହସିଲଦାରଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତହସିଲଦାର ପହଁଚି ବୃଦ୍ଧାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତିକରି ଚିକିତ୍ସିତ କରାଉଛନ୍ତି। ଏହି ଖବର କେତେକ ଗଣ ମାଧ୍ୟମରେ ପ୍ରସାର ପରେ ଓସଲା ତରଫରୁ (ଓଡ଼ିଶା ଷ୍ଟେଟ ଲିଗାଲ ଅଥରିଟ୍‌ି ତରଫରୁ ଏନେଇ ଚାନ୍ଦବାଲି ତାଲୁକ୍‌ ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ ତଥା ଜଜ ସୁନିତା ରାଉତଙ୍କୁ ସୁଚନା ଦେବା ପରେ ସେ ମେଡ଼ିକାଲରେ ପହଁଚି ବୃଦ୍ଧାଙ୍କ ସମସ୍ତ ଖବର ନିଜେ ବୁଝିଛନ୍ତି।ବୃଦ୍ଧାଙ୍କୁ ମେଡ଼ିକାଲ ତରଫରୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଜଜ ନିଜେ ମେଡ଼ିକାଲରେ ପହଁଚି ବୃଦ୍ଧା ମା’ଙ୍କ ଠାରୁ ବୋହୁ କମଳୀ ସାହୁ ଓ ବୋହୁର ଭଉଣୀ କାଳୀ ସାହୁ ଓ ନାତିମାନଓ ସାହୁର ନିର୍ଯାତନା କଥା ଶୁଣି ବହୁତ ଦଃୁଖ ପ୍ରକାଶ କରିଛନ୍ତି। ବୃଦ୍ଧା ସୁସ୍ଥ ହେବା ପରେ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାଯର୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

By amfnews

Related Post