Fri. Dec 27th, 2024
847 Views

ଦିଲ୍ଲୀ,ଡିସେମ୍ବର 22: ବିବାହିତ ମହିଳାଙ୍କ ପାଇଁ ସୁପ୍ରିମକୋର୍ଟ ନେଲେଐତିହାସିକ ନିଷ୍ପତ୍ତି। ଏବେ ଶାଶୁଘରେ  ଅବହେଳିତ ହେବେନାହିଁ ବୋହୂ ସମସ୍ତ ବିବାହିତ ମହିଳା ପାଇବେ ସମାନ ଆଇନ୍ ର ଲାଭ, ଯାହାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି।

ବିବାହ ପରେ ଘରୋଇ ହିଂସା ଅଧିନିୟମ ଅନୁସାରେ ବୋହୂଙ୍କୁ ନିଜ ସ୍ବାମୀଙ୍କ ବାପା-ମା ଅର୍ଥାତ ଶାଶୁ-ଶ୍ବଶୁରଙ୍କ ଘରେ ରହିବାର ଅଧିକାର ରହିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି।

ଏହି ନିୟମ ପାଇଁ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତା ରେ ଏକ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ ତରୁଣ ବାତ୍ରାଙ୍କ ମାମଲାରେ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠର ପୁରୁଣା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ବୋହୂ ମାନଙ୍କ ଶାଶୁ ଘରେ ରହିବା ର ଏହି ଐତିହାସିକ ରାୟ ଦେଇଛନ୍ତି ମାନ୍ୟବର କୋର୍ଟ।

ପୂର୍ବରୁ ଥିବା ନିୟମ କୁ ପରିବର୍ତ୍ତନ କରାଯାଇ ଏହି ନୂତନ ନିୟମ ସଂସ୍କରଣ କରା ଯାଇଛି।ତେବେ ଏହା ଉଲ୍ଳେଖନୀୟ ଯେ, ତରୁଣ ବାତ୍ରାଙ୍କ ମାମଲାରେ ଦୁଇ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ ଯେ, ଆଇନ ଅନୁସାରେ ରେ ଝିଅ, ତାଙ୍କର ସ୍ବାମୀଙ୍କ ବାପା-ମାଙ୍କ ସମ୍ପତ୍ତିରେ ରହି ପାରିବେ ନାହିଁ।

ଯାହାକୁ ଏବେ ପରିବର୍ତ୍ତନ କରାଯାଇ ଏହାକୁ ଏବେ ୩ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ପୂର୍ବ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ଏହାକୁ ନେଇ କୋର୍ଟ କହିଛନ୍ତି, ସ୍ବାମୀଙ୍କ ଭିନ୍ନ ଭିନ୍ନ ସମ୍ପତ୍ତିରେ ନୁହେଁ, ବରଂ ଶାଶୁ-ଶ୍ବଶୁରଙ୍କ ସମ୍ପତ୍ତିରେ ବୋହୂର ଅଧିକାର ରହିଛି। କାରଣ ସେ ବାହା ହୋଇ ସେ ଘରକୁ ସେ ଆସିଛି ଏବଂ ସେ ଘରର ବୋହୁ। ତେଣୁ ତା ସ୍ୱାମୀର ଯେତିକି ଅଧିକାର ରହିଛି ସେତିକି ଅଧିକାର ସ୍ତ୍ରୀ ର ମଧ୍ୟ ରହିଛି

By amfnews

Related Post