Tue. Mar 10th, 2026

ବୋଲେରୋ-ବାଇକ୍‌ ଧକ୍କାରେ ଭଞ୍ଜନଗର ବିଡିଓ ଆହତ

151 Views

ଭଞ୍ଜନଗର : ସୋମବାର ସକାଳେ ଭଞ୍ଜନଗର-ବ୍ରହ୍ମପୁର ରାସ୍ତାର ବାଲିସରା ନିକଟରେ ଗୋଟାଏ ବୋଲେରୋ ଓ ବାଇକ୍‌ ପରସ୍ପର ସହ ଧକ୍କା ଖାଇବାରୁ ଭଞ୍ଜନଗର ବିଡିଓ ଆହତ ହୋଇଛନ୍ତି। ତାଙ୍କ ସାଥିରେ ଥିବା ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଆଜି ସକାଳ ପ୍ରାୟ ୯:୩୦ ସମୟରେ ବିଡିଓ ଅନୀଲ କୁମାର ସେଠୀ ଏବଂ ଜଗବନ୍ଧୁ ସାହୁ ନାମକ ତାଙ୍କର ଜଣେ କର୍ମଚାରୀ ବୋଲେରୋ ଯୋଗେ କୌଣସି କାମରେ ଆସିକା ଯାଉଥିବା ବେଳେ ବାଇକ୍‌ ସହ ଧକ୍କା ହୋଇଥିଲା। ଆହତ ବିଡିଓ ଏବଂ ତାଙ୍କ କର୍ମଚାରୀଙ୍କୁ ଆସିକା ମେଡିକାଲ୍‌ରେ ଚିକିତ୍ସା କରାଯାଉଛି।

By amfnews

Related Post