Fri. Mar 6th, 2026

ବୋଇଂର ଭାରତ ମୁଖ୍ୟ ପ୍ରତ୍ୟୁଷ କୁମାର ଏଫ୍‌-୧୫ ଲଢ଼ୁଆ ବିମାନ  କାର୍ଯ୍ୟକ୍ରମ ଦାୟିତ୍ୱ ନେଲେ

354 Views

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଭାରତୀୟ ନିଜର ପାରଦର୍ଶିତା ଲାଗି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆମେରିକୀୟ ବିମାନ ନିର୍ମାତା ବୋଇଂର ଏଫ୍‌-୧୫ ଯୁଦ୍ଧ ବିମାନ କାର୍ଯ୍ୟକ୍ରମର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରତ୍ୟୁଷ କୁମାର। ବୋଇଂର ଭାରତ ମୁଖ୍ୟ ଥିବା ପ୍ରତ୍ୟୁଷ କୁମାର ଏବେ ଆମେରିକାରେ ଅବସ୍ଥାପିତ ହେବେ ବୋଲି  ଜଣାପଡ଼ିଛି।

ବୋଇଂ ପକ୍ଷରୁ ବେଙ୍ଗାଲୁରୁରେ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି କି ପ୍ରତ୍ୟୁଷ କୁମାର ଏଫ୍‌-୧୫ ଲଢ଼ୁଆ ବିମାନ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଆମେରିକାରେ ଏବଂ ସମଗ୍ର ବିଶ୍ୱ ବଜାରରେ ଏହାର ବ୍ୟବସାୟକୁ ପରିଚାଳନା କରିବେ।

By amfnews

Related Post