Fri. Mar 6th, 2026

ବୈପାରୀଗୁଡା ଥାନା ନିକଟରେ ମଟରସାଇକେଲ ବୋଲେରୋ ମୁହାଁମୁହିଁ ଧକ୍କା ; ୨ ମୃତ।

307 Views

କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ନିକଟରେ ବୁଧବାର ସନ୍ଧ୍ୟାରେ ମଟରସାଇକେଲ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ମଟରସାଇକେଲ ଚାଳକ ମୃତ।
ମିଳିଥିବା ସୂଚନାନୁସାରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରୀଗୁଡା ବଜାର ଠାରୁ କିଛି ଦୂରରେ ବୁଧବାର ଦିନ ସନ୍ଧ୍ୟାରେ ଏକ ମଟରସାଇକେଲ ସହ ବୋଲେରୋ ଗାଡି ମଧ୍ୟରେ ଜୋରଦାର ଧକ୍କା ଲାଗିଥିଲା।ଫଳରେ ଘଟଣା ସ୍ଥଳରେ ଦୁଇ ମଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା।
ବୈପାରୀଗୁଡା ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପୁଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଞ୍ଚି ବୋଲେରୋ ଡ୍ରାଇଭର ଓ ଆଉ ଜଣଙ୍କୁ ଅଟକ ରଖିବା ସହ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିବା ସୂଚନା ମିଳିଛି।
ମୃତକ ଦୁଇ ଜଣ ହେଲେ ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳର ବିଜୟ କୁମାର ଖରା(୪୮) ଏବଂ ମାଥିଲି ବ୍ଲକ ଅନ୍ତର୍ଗତ ଦାମାଗୁଡା ଗାଁର ରାଜେନ୍ଦ୍ର ଅନୁଗୁଳିଆ(୪୫)।ଦୁହେଁ ଏକ ମଟରସାଇକେଲ ଯୋଗେ ନିଜ ସମ୍ପର୍କୀୟ ଘରକୁ ଦଶାହ କାର୍ଯ୍ୟ ପାଇଁ ଯାଇ ଫେରୁଥିଲେ।ହେଲେ ବାଟରେ ଯମ ପ୍ରାଣବାୟୁ ଛଡାଇ ନେଲେ।
ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ବୋଲେରୋ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚାରାଉଚରା କରୁଥିବା ବେଳେ ଡ୍ରାଇଭର ମଦ୍ୟ ପାନ କରିଥିବା ଜଣାପଡିଛି।

By amfnews

Related Post