Fri. Mar 6th, 2026
255 Views

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍‌ ଓ ୩ ହେଲିକପ୍ଟର୍‌ ସିଜ୍ ନେଇ ସରକାରଙ୍କ ଷଡ଼ଯନ୍ତ୍ର ପଦାରେ ପଡ଼ିଛି। ବୈଜୟନ୍ତଙ୍କ ହେଲିକପ୍ଟର୍‌ ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ଡିଜିସିଏ।

ଗତମାସ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା ଅଭିଯୋଗ ଆଣି ପୁରୀ ପୁଲିସ୍ ଭୁବନେଶ୍ୱର ଏୟାର୍‌ପୋର୍ଟରେ ଥିବା ତାଙ୍କ ହ୍ୟାଙ୍ଗର୍‌ ସମେତ ୩ଟି ଯାକ ହେଲିକପ୍ଟର୍‌କୁ ସିଲ୍ କରିଥିଲେ।

ତେବେ ଡିଜିସିଏ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତପକ୍ଷଙ୍କୁ ଦେଇଥିବା ରିପୋର୍ଟରେ କୌଣସି ନିୟମ ଉଲ୍ଲଙ୍ଘନ କଥାକୁ ଅଗ୍ରାହ୍ୟ କରିଛନ୍ତି।

ରିପୋର୍ଟ ଅନୁସାରେ ଗତମାସ ୧୫ ତାରିଖରେ ଇମ୍ଫାର ରବିନ୍‌ସନ୍ ଆର୍‌-୪୪ ହେଲିକପ୍ଟର୍‌ ନନ୍‌ଷ୍ଟପ୍ ଭୁବନେଶ୍ୱର ଏୟାର୍‌ପୋର୍ଟରୁ ରାଜହଂସ, ପୁରୀ ଓ କୋଣାର୍କ ଦେଇ ଗରଦପୁରରେ ଓହ୍ଲାଇଥିଲା। ହେଲିକପ୍ଟର୍‌ ଉଡ଼ିବାର ପୂର୍ବ ନିର୍ଧାରିତ ସମୟ ଓ ହେଲିକପ୍ଟର୍‌ ସେଦିନ ଚିଲିକା ଅତିକ୍ରମ କରିବା ସମୟ ମଧ୍ୟରେ କୌଣସି ଫରକ ନଥିଲା।

ସେହିପରି ହେଲିକପ୍ଟର୍‌ ବିପଦଜନକ ଭାବେ ନିର୍ଦ୍ଧାରିତ ଉଚ୍ଚତାଠାରୁ କମ୍ ଉଚ୍ଚତାରେ ଉଡ଼ିବା ଏବଂ ଚିଲିକା ହ୍ରଦରେ ଅବତରଣ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି ଡିଜିସିଏ ଦର୍ଶାଇଛନ୍ତି। ଡିଜିସିଏଙ୍କ ନିୟମରେ କୌଣସି ଉଲ୍ଲଙ୍ଘନ କରାଯାଇ ନଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଚଞ୍ଚକତା ପଦାରେ ପଡ଼ିଯାଇଛି। ସରକାର ପ୍ରତିହିଂସା ପରାୟଣ ହୋଇ ବୈଜୟନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିବା ଏଥିରୁ ସ୍ପଷ୍ଟ ହେଉଛି। ତେବେ ଗତକାଲିଠାରୁ ଡିଜିସିଏ ବୈଜୟନ୍ତଙ୍କୁ ଏହି କ୍ଲିନ୍ ଚିଟ୍ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁରୀ ପୁଲିସ୍ଇ ମ୍ଫା ଆଭିଏସନ୍ ହ୍ୟାଙ୍ଗର୍‌କୁ ଖୋଲିନି।

By amfnews

Related Post