Fri. Mar 6th, 2026

ବେସାମରିକ ବିମାନ ଚଳାଚଳ ପାଇଁ ବନ୍ଦ ହେଲା ଶ୍ରୀନଗର, ଜମ୍ମୁ ଓ ଲେହ୍‌ ସମେତ ୮ଟି ବିମାନ ବନ୍ଦର

351 Views

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବ୍ୟବହାର କରୁଥିବା କାରଣରୁ ଶ୍ରୀନଗର, ଜମ୍ମୁ, ଲେହ୍‌, ଅମୃତସର, ପଠାନକୋଟ୍‌, ଗଗ୍ଗଲ୍‌, ଡେରାଡୁନ୍‌ ଏବଂ ଚଣ୍ଡିଗଡ଼ ସମେତ କେତେକ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଥିବା କଥା ବୁଧବାର ଦିନ ବିମାନ ବନ୍ଦରସୂତ୍ରରୁ ଜଣାପଡ଼ିଛି।

ଜମ୍ମୁ, ଶ୍ରୀନଗର, ଅମୃତସର ଏବଂ ଚଣ୍ଡିଗଡ଼ର ସମସ୍ତ ୪ଟି ସେକ୍ଟର୍‌କୁ ମୁମ୍ବାଇ ବିମାନ ବନ୍ଦର ସବୁ ବିମାନ ବାତିଲ୍‌ କରିଛି।

ଫଳରେ ଏହି ବିମାନ ବନ୍ଦରଗୁଡ଼ିକୁ କୌଣସି ବ୍ୟାବସାୟିକ ବିମାନ ଚଳାଚଳ କରିବ ନାହିଁ। ଏହି ସବୁ ବିମାନ ବନ୍ଦରରୁ କେତେକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି କିଂବା ଅଟକ ରଖାଯାଇଛି।

ଭାରତ ଏବଂ ପାକିସ୍ତାନକୁ ଯାତାୟାତ କରୁଥିବା ବହୁ ଆନ୍ତର୍ଜାତିକ ବିମାନ ଚଳାଚଳ ଏଥିଯୋଗୁଁ ପ୍ରଭାବିତ ହୋଇଥିବା ଖବର ଆସିଛି। କେତେକ ବିମାନ ଉଡ଼ାଣ ଆରମ୍ଭ କରିଥିବା ସ୍ଥାନକୁ ଫେରି ଯାଉଥିବା ବେଳେ ଅନ୍ୟ କେତେକ ବିକଳ୍ପ ପଥ ଖୋଜୁଛନ୍ତି।

ପାକିସ୍ତାନ ମଧ୍ୟ ତୁରନ୍ତ ଲାହୋର, ମୁଲ୍‌ତାନ୍‌, ଫୈସାଲାବାଦ୍‌, ସିଆଲ୍‌କୋଟ୍‌ ଏବଂ ଇସ୍‌ଲାମାବାଦ ବିମାନ ବନ୍ଦରରୁ ହଠାତ୍‌ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ କରି ଦେଇଛି।

ସଦ୍ୟତମ ଖବର ଅନୁସାରେ, ପାକିସ୍ତାନ ତା’ର ସମସ୍ତ ବିମାନ ବନ୍ଦର ଓ ଆକାଶ ପଥ ବନ୍ଦ କରି ଦେଇଛି।

By amfnews

Related Post