129 Views
ପାଣାଜୀ: ସମୁଦ୍ର ବେଳାଭୂମିରେ ହେଉଥିବା ଅପରାଧକୁ ରୋକିବା ପାଇଁ ଗୋଆ ସରକାର ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି | ଏଣିକି ଗୋଆ ବେଳାଭୂମିରେ ପୁଲିସ ପ୍ୟାଟ୍ରୋଲିଙ୍ଗକୁ ଅଧିକ ସକ୍ରିୟ କରିବା ପାଇଁ ଏଟିଭି ଗାଡିର ଶୁଭାରମ୍ଭ କରାଯାଇଛି | ଏହା ମାଧ୍ୟମରେ ପୁଲିସ ବେଳାଭୂମିକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ଅପରାଧକୁ ରୋକିବେ | ମିଳିଥିବା ସୂଚନା ମୁତାବକ ଗୋଆକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି |ତେବେ ବିଭିନ୍ନ ସମୟରେ ସ୍ଥାନୀୟ ଅପରାଧୀମାନେ ଏହି ପର୍ଯ୍ୟଟକଙ୍କୁ ହଇରାଣ କରିବା ସହ ସେମାନଙ୍କ ପାଖରୁ ଲୁଟ କରୁଥିବାର ଅଭିଯୋଗ ମଧ୍ୟ ହେଉଛି |
ଯାହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସହ ଗୋଆ ସିପୟାର୍ଡ଼ ଲିମିଟେଡ଼ ପକ୍ଷରୁ ଏଟିଭି ବା ଅଲ ଟେରିୟାନ ଭେଇକିଲ ଯୋଗାଇଦିଆଯାଇଛି | ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି | ଏଠାରେ ସୂଚନା ଥାଉ କି ବାଲିରେ ଅନ୍ୟ ଗାଡି ଅପେକ୍ଷା ଏଟିଭି ଗାଡିଗୁଡିକ ତୀବ୍ର ଗତିରେ ଯାଇପାରିଥାନ୍ତି |