Sun. Jun 8th, 2025

ବେଲୁନ୍‌ କିଣା କଥାରେ ଝଗଡ଼ା ହେବାରୁ ତିନି ପିଲାଙ୍କ ସହ ବିଷ ଖାଇଲେ ଜଣେ ମହିଳା

By amfnews Dec 13, 2018 #Featured
571 Views

ଲକ୍ଷ୍ନୌ, ଡିସେମ୍ବର ୧୩ : ବୁଧବାର ଦିନ ପୂର୍ବ ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲ୍ଲା ଅନ୍ତର୍ଗତ ପନ୍ନୁଗାନି ଥାନା ଅଞ୍ଚଳର ବାଓ୍ଵାସପୁର ଗାଁରେ ବେଲୁନ୍‌ କିଣିା କଥାରେ ଝଗଡ଼ା ହେବାରୁ ଜଣେ ୨୫ ବର୍ଷୀୟ ମହିଳା ନିଜର ତିନି ପିଲାଙ୍କ ସହ ବିଷ ଖାଇଥିବା କଥା ପୁଲିସ କହିଛି।

ବେଲୁନ୍‌ କିଣିବାକୁ ନିର୍ମଳା ନାମକ ସେ ମହିଳାଙ୍କ ଝିଅ ଅଞ୍ଚଲ ଜେଜିମାଙ୍କ ପାଖରେ ଅଳି କରୁଥିଲା ବୋଲି ପୁଲିସ କହିଛି। ବାପା ବେଲୁନ୍‌ ଆଣି ବୋଲି କହିବାରୁ ନିର୍ମଳାଙ୍କୁ ଅପମାନ ଲାଗିଥିଲା। ସେ ଶାଶୂଙ୍କ ସହ ଯୁକ୍ତି କରିଥିଲେ।

ପରେ ରାଗରେ ସେ ନିଜେ ବିଷ ଖାଇବା ସହ ନିଜର ତିନି ପିଲା ୫ ବର୍ଷୀୟ ଅଞ୍ଚଲ୍‌, ୪ ବର୍ଷିୟ ଆଦିତ୍ୟ ଏବଂ ୨ ବର୍ଷୀୟ ଆକାଙ୍‌କ୍ଷାକୁ ମଧ୍ୟ ବିଷ ଖୁଆଇ ଦେଇଥିଲେ।

ଚାରିହେଁ ବାନ୍ତି କରିବାରୁ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ। ସେଠାକୁ ସେମାନେ ମୃତାବସ୍ଥାରେ ଅଣାଯାଇଥିବା କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ପିବି ଗୌତମ କହିଛନ୍ତି। ବ୍ୟବଚ୍ଛେଦ ନିମନ୍ତେ ପୁଲିସ ଶବଗୁଡ଼ିକୁ ପଠାଇଛି।

By amfnews

Related Post