Fri. Nov 1st, 2024

ବେଦବ୍ୟାସ ଠାରେ ଭାରତ ବନ୍ଦକୁ ବିପୁଳ ଜନସମର୍ଥନ, ସିପିଆଇ (ଏମ୍)ର ରାସ୍ତାରୋକ

By amfnews Sep 13, 2018 #Featured
151 Views

ରାଉରକେଲା, ୧୧ା୯ : ଦେଶବ୍ୟାପି ୫ଟି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦିଆଯାଇଥିବା ହଲତାଳ ଡାକରାକୁ ସମଗ୍ର ଦେଶରେ ବ୍ୟାପକ ଜନସମର୍ଥନ ମିଳିଥିବା ବେଳେ ବେଦବ୍ୟାସ ଠାରେ ସିପିଆଇ (ଏମ୍) ପକ୍ଷରୁ ୨ ଘଣ୍ଟା ଧରି ରାସ୍ତାରୋକ ସଙ୍ଗଠିତ କରାଯାଇଥିଲା । ଏହି ରାସ୍ତାରୋକ କରି ସର୍ବଭାରତୀୟ ହରତାଳ ପାଳନ କରୁଥିବା ବେଳେ ରାସ୍ତାରେ ଅଟକ ରହିଥିବା ଜନସାଧାରଣ ଏହି ବନ୍ଦକୁ ସମର୍ଥନ କରିଥିଲେ । ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଦେଶରେ ଦରଦାମ୍ ବୃଦ୍ଧି ଆକାଶଛୁଆଁ ହୋଇଛି ।

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିରେ ଜନଗଣ ଅତିଷ୍ଠ ହୋଇପଡିଲେଣି । ଗୋଟିଏ ପକ୍ଷରେ ଦରଦାମ୍ ବୃଦ୍ଧି ଅନ୍ୟପକ୍ଷରେ କୃଷକମାନଙ୍କୁ ସଠିକ୍ ସହାୟକ ମୂଲ୍ୟ ପ୍ରଦାନ ନ କରି ସମଗ୍ର ଦେଶର କୃଷକମାନଙ୍କୁ ଆତ୍ମହତ୍ୟା ମାର୍ଗକୁ ଠେଲି ଦେଉଛନ୍ତି । କୃଷକମାନଙ୍କ ଋଣ ଛାଡ କରିବା ପରିବର୍ତ୍ତେ ଦେଶର ବୃହତ ପୁଞ୍ଜିପତିମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ମାଫ୍ କରି ଦେଶର ଅର୍ଥନୀତିକୁ ଡୁବାଇବାକୁ ଚକ୍ରାନ୍ତ କରାଯାଉଛି । ଏହି ୪ଟି ପ୍ରସଙ୍ଗରେ ସମଗ୍ର ଦେଶର ୫ଟି ବାମପନ୍ଥୀ ଦଳ ଦେଇଥିବା ସର୍ବଭାରତୀୟ ହରତାଳ ଡାକରାକୁ ଅତ୍ୟନ୍ତ ସଫଳତାର ସହ ବେଦବ୍ୟାସ ଠାରେ ରାସ୍ତାରୋକ କରି ପାଳନ କରାଯାଇଛି ।

ଏହି ରାସ୍ତାରୋକ ଫଳରେ ଚତୁଃପାଶ୍ୱର୍ରେ ହଜାର ହଜାର ଗାଡିମଟର ଅଟକି ରହିଥିଲେ ଓ ଏହି ବନ୍ଦକୁ ସମର୍ଥନ କରିଥିଲେ । ଏହି ବନ୍ଦକୁ ସଫଳ କରିବା ପାଇଁ ପାର୍ଟିର ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ସୁରେନ୍ଦ୍ର ଦାସ, ଜିଲା କମିଟି ସଭ୍ୟ ଅଜୟ ଶର୍ମା, ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ମଣ୍ଡଳୀ ସଭ୍ୟା ବିନୋଦିନି ଦାଶ, ଆଞ୍ଚଳିକ କମିଟି ସଭ୍ୟ ଅରିନ୍ଦମ ଦତ୍ତ, ତାଜମୁନ ନେହାର, ଯୁବନେତା ବିଶ୍ୱନାଥ ଲେଙ୍କା, ଶ୍ରମିକନେତା ଅଶୋକ ରାୟ, ଡି.ପି. ଦାସ, ଚମ୍ପା କୁଜୁର, ସୁବାଷ ଚନ୍ଦ୍ର ଜେନା, ସମ୍ବିତ ସ୍ୱାଇଁ, ଅଜିତ ଏକ୍କା, ରଞ୍ଜନ ବେହେରା, କ୍ଷରୋଦ ବେହେରା, ଗଣେଶ ଜେନା, ଭାଗିରଥି ନାୟକ, ଜନାର୍ଦ୍ଦନ ବିଶି, ରାଜେନ୍ଦ୍ର କୁମାର ଦାସ, ଲଛୁ ଓରାମ, ସରୋଜ ବାର୍ଲାଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଓ ପାର୍ଟିର ୧ ହଜାରରୁ ଊଦ୍ଧ୍ୱର୍ ସମର୍ଥଙ୍କୁ ନେଇ ଏହି ରାସ୍ତାରୋକ ସଙ୍ଗଠିତ କରାଯାଇଥିଲା ।

By amfnews

Related Post