Sun. Nov 24th, 2024

ବେଦବ୍ୟାସ ଗୋଶାଳାରେ ଜନ୍ମାଷ୍ଟମୀ ପାଳିତ

By amfnews Sep 4, 2018 #Featured
233 Views

ରାଉରକେଲା, ୪ା୯ : ବେଦବ୍ୟାସ ସ୍ଥିତ ବେଦବ୍ୟାସ ଗୋଶାଳାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଠାରେ ରାଉରକେଲା ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଜନ୍ମାଷ୍ଟମୀ ପାଳନ କରିଥିଲେ । ଜନ୍ମାଷ୍ଟମୀ ଦିନ ଗୋମାତାଙ୍କ ଉପସ୍ଥିତି ବୃନ୍ଦାବନ ଅନୁଭୂତି କରାଇଥାଏ । ଶ୍ରଦ୍ଧାଳୁମାନେ ସକାଳୁ ଆସି ଗୋଶାଳା ପ୍ରାଙ୍ଗଣରେ ଥିବା ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଉତ୍ସବ ଉଦ୍ଦେଶ୍ୟରେ ଗୋଶାଳାକୁ ବହୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିଲା । ମଞ୍ଜୁଦେବୀ ବାଗାଡିଆ ୫୬ ଭୋଗର ଆୟୋଜନ କରିଥିଲେ ।

ରାୟଗଡର ପ୍ରଖ୍ୟାତ ଭଜନ ଗାୟକ ନିତିନ ଦୁବେ ଏଣ୍ଡ ଗ୍ରୁପ୍ ଦ୍ୱାରା ଭଜନ ଓ ନତ୍ୟନାଟିକା ପରିବେଶଣରେ ଶ୍ରଦ୍ଧାଳୁମାନେ ବିଭୁ କୃପାରେ ବିଭୋର ହୋଇ ଉଠିଥିଲେ । ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମର ଉମାକାନ୍ତଙ୍କ ନେତୃତ୍ୱରେ ଆଶ୍ରମ ଶିଷ୍ୟମାନେ ଉତ୍ସବରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କଲ୍ୟାଣ ଆଶ୍ରମର ଅଗ୍ନିବାବା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉଭୟଙ୍କୁ ଗୋଶାଳା ଅଧ୍ୟକ୍ଷ ଗଣଏଶ ପ୍ରସାଦ ବାଗାଡିଆ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ସମସ୍ତ ଦାତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

ଗୃହସ୍ଥି ଉଦ୍ୟୋଗ ସିଇଓ ଏସ୍.ସି. ରାଠୋଡଙ୍କ ଉଦ୍ୟମରେ ସମସ୍ତ ବ୍ୟବସାୟୀ ଓ ଭକ୍ତମାନଙ୍କ ସହଯୋଗ ଫଳରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଏଥିରେ ପାନୀୟ ଜଳ, ଚା’ ଏବଂ ସୁପ୍ର ବ୍ୟବସ୍ଥା କରାଯାଇଥିଲା । ମଧ୍ୟରାତ୍ରରେ ବାଲ୍ ଗୋପାଲଙ୍କୁ ମୁଣ୍ଡରେ ଧରି ଗୋଶାଳା ସମ୍ପାଦକ କୈଳାସ ମାରୋଠିଆ ଏବଂ ଭକ୍ତମାନେ ଶ୍ରୀକୃଷ୍ଣଙ୍କ ନାମ ଜୟଗାନ ପୂର୍ବକ ମନ୍ଦିରରେ ସ୍ଥାପନ କରିଥିଲେ । ଭକ୍ତମାନଙ୍କ ମଧ୍ୟରେ ୫୬ ଭୋଗ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁମନ ଅଗ୍ରୱାଲ, ଭାନୁ ବେନ ପଟେଲ ଓ ଗୃହସ୍ଥି ପରିବାର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

By amfnews

Related Post