Sat. Dec 28th, 2024

ବେଦବ୍ୟାସ ଗୋଶାଳାରେ ଗୋପାଷ୍ଟମୀ ଓ ଅନ୍ନକୁଟ ମହୋତ୍ସବ ପାଳିତ

By amfnews Nov 20, 2018 #Featured
188 Views

ରାଉରକେଲା, ୨୦ା୧୧ : ବେଦବ୍ୟାସ ସ୍ଥିତ ବେଦବ୍ୟାସ ଗୋଶାଳାରେ ଗୋପାଷ୍ଟମୀ ଓ ଅନ୍ନକୁଟ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗୋପାଷ୍ଟମୀ ଉତ୍ସବରେ ବହୁ ଗୋଭକ୍ତ ଗୋମାତାଙ୍କ ପୂଜାର୍ଚ୍ଚନା କରି ନିଜ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ କାମନା କରିଥାଆନ୍ତି । କିଏ ଗୁଡ ତ କିଏ ଦଲିଆ, ଆଉ କିଏ ତୁଳା ଆଦି ଦାନ କରିଥିଲେ । ଅନ୍ନକୁଟ ମହୋତ୍ସବ ଗୋଶାଳାରେ ଦୀର୍ଘ ବର୍ଷ ଧରି ପାଳିତ ହୋଇଆସୁଛି । ଏହିଦିନ ଶ୍ରଦ୍ଧାଳୁମାନେ ଗୋବର୍ଦ୍ଧନଙ୍କ ପୂଜାର୍ଚ୍ଚନା କରିଥାନ୍ତି । ମଞ୍ଜୁବାଳା ବାଗାଡିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୫୬ ଭୋଗର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳାମାନେ ଏକତ୍ରିତ ହୋଇ ତୁଳସୀ ଅର୍ଚ୍ଚନ କରିଥିଲେ । ଏହି ଅବସରରେ ୧୦୮ ମନ୍ତ୍ର ପାଠ କରି ଶ୍ରଦ୍ଧାଳୁମାନେ ଭଗବାନଙ୍କ ଚରଣରେ ସମର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟୂନ ୩୦୦ରୁ ଊଦ୍ଧ୍ୱର୍ ମହିଳା ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ପ୍ରସାଦ ନିମନ୍ତେ କୁପନ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ପ୍ରସାଦ ପାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା ।

ଗୋଶାଳା ଅଧ୍ୟକ୍ଷ ଗଣେଶ ବାଗାଡିଆଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମସ୍ତ ଶ୍ରଦ୍ଧାଳୁ ଗୋମାତାଙ୍କ ଆଶୀର୍ବାଦ ଲାଭ କରିଥିଲେ । ଗୋଶାଳାକୁ ଆତ୍ମନିର୍ଭରଶୀଳ କରିବାକୁ ଉଦ୍ୟମ କୁଥିବାରୁ ଏହାର କର୍ମଚାରୀମାନଙ୍କୁ ଶ୍ରୀ ବାଗାଡିଆ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭ ପଟ୍ଟନାୟକ, ବିନୋଦ ସାହୁ, କୈଳାସ ମରୋଠିଆ, ନିରଞ୍ଜନ ଅଗ୍ରୱାଲ, ବାବୁଲାଲ ପଟେଲ, ଭାନୁବେନ ପଟେଲ, ସୁମ ଦେବୀ, ବିମଳା ଦେବୀଙ୍କ ସମେତ ଗୃହସ୍ଥୀ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।

By amfnews

Related Post