Fri. Mar 6th, 2026

ବେଜିଙ୍ଗ୍‌ରେ ନୂଆ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ୧୨୦୦ ଊର୍ଦ୍ଧ୍ବ ବିମାନ ବାତିଲ କରିବା ସହ ସ୍କୁଲ୍ ବନ୍ଦ କଲା ଚୀନ୍

203 Views

ବେଜିଙ୍ଗ୍: ପାଇକାରୀ ଖାଦ୍ୟ ବଜାର ସହ ସମ୍ପୃକ୍ତ ନୂତନ କରୋନାଭାଇରସ୍ ସଂକ୍ରମଣ ଦମନ କରିବାକୁ ଚୀନ୍‌ ସରକାରୀ କର୍ତ୍ତୃପକ୍ଷମାନେ ତତ୍ପର ହୋଇଉଠିଥିବାରୁ ବୁଧବାର ଦିନ ବେଜିଙ୍ଗ୍ ବିମାନ ବନ୍ଦର ୧୨୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ କରିଛି ଏବଂ ସ୍କୁଲ୍ ସବୁ ବନ୍ଦ ରହିଛି।

ବୁଧବାର ଦିନ ବେଜିଙ୍ଗ୍‌ରେ ୩୧ଟି ନୂତନ ସଂକ୍ରମଣ ରିପୋର୍ଟ ମିଳିଛି। ଚୀନ୍‌ରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା କରି ସରକାରୀ ଅଧିକାରୀମାନେ ବାସିନ୍ଦାମାନଙ୍କୁ ବେଜିଙ୍ଗ୍‌ରୁ ବାହାରକୁ ନ ଯିବାକୁ କହିଛନ୍ତି।

ନୂଆ ବେଜିଙ୍ଗ୍ ‘ଭାଇରସ୍ କ୍ଲଷ୍ଟର୍‌’ ସହ ସହସ୍ରାଧିକ ଲୋକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ସହରରେ ବ୍ୟାପକ ନମୁନା ପରୀକ୍ଷା କରାଯିବା ସହ ସହରର ପ୍ରାୟ ୩୦ଟି ଆବାସିକ ପରିସରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଉଡ଼ାଣ ଆରମ୍ଭ କରିବାକୁ ନିର୍ଦ୍ଧାରିତ ଅନ୍ୟୂନ ୧, ୨୫୫ ବିମାନଗୁଡ଼ିକୁ ବୁଧବାର ସକାଳେ ବାତିଲ କରାଯାଇଥିବା କଥା ରାଷ୍ଟ୍ରାୟତ ସମ୍ବାଦପତ୍ର ‘ପିପୁଲସ୍ ଡେଲି’ ରିପୋର୍ଟ କରିଛି। ଏହା ହେଉଛି ବେଜିଙ୍ଗ୍‌ର ପ୍ରମୁଖ ବିମାନବନ୍ଦରମାନଙ୍କରୁ ଯାତାୟାତ କରୁଥିବା ବିମାନର ୭୦%।

ଏହାଛଡ଼ା ବେଜିଙ୍ଗ୍‌ରୁ କେତେକ ପ୍ରଦେଶକୁ ଯାଇଥିବା ବ୍ୟକ୍ତିବିଶେଷଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ସେଠାରେ ପ୍ରାୟ ଖୋଲି ଯାଇଥିବା ସମସ୍ତ ସ୍କୁଲ୍ ବନ୍ଦ ରଖି ଅନ୍‌ଲାଇନ୍ କ୍ଲାସ୍ କରାଇବାକୁ ଆଦେଶ ଦିଆଯାଇଛି।

By amfnews

Related Post