Sat. Nov 2nd, 2024

ବେକାବୁ କରୋନା: ମୁମ୍ବାଇ ଭଳି ଦିଲ୍ଲୀରେ ଲାଗିପାରେ ପ୍ରତିବନ୍ଧକ ! ସିଏମ କେଜ୍ରିୱାଲ ଏବଂ ଏଲ.ଜି ବୈଠକ ଉପରେ ନଜର

By amfnews Apr 15, 2021 #Featured
134 Views

ଭୁବନେଶ୍ୱର, ଏପ୍ରିଲ 15 : ରାଜଧାନୀ ଦିଲ୍ଲୀ ବର୍ତ୍ତମାନ କରୋନା ମହାମାରୀର ସଙ୍କଟ ଦେଇ ଗତି କରୁଛି ।  ଦିଲ୍ଲୀରେ କରୋନା ମାମଲାର ଗତି ଏତେ ଅଧିକ ହୋଇଛି ପ୍ରାବସୀ ଲୋକମାନେ ଘରକୁ ଫେରିବା କଥା ଚିନ୍ତା କରିଲେଣି । ପୁଣିଥରେ ତାଲାବନ୍ଦ ଭୟ ମଧ୍ୟ ଲୋକଙ୍କୁ ଲାଗିଲାଣି । ଅନେକ ସ୍ଥାନରେ ଲୋକଙ୍କୁ ଯେତେ ସଚେତନ କରିଲେ ମଧ୍ୟ ମାସ୍କ ପିନ୍ଧୁ ନଥିବା କଥା ସମ୍ନାକୁ ଆସୁଛି । ସେପଟେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଆବଶ୍ୟକ ବେଡ ମଧ୍ୟ ଡାକ୍ତରଖାନା ଗୁଡିକରେ ନଥିବା ଜଣାପଡୁଛି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରବାଲ ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସକାଳ 11 ଟାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବେଜଲଙ୍କ ସହ ଏକ ବୈଠକ କରୁଛନ୍ତି ।  ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ 1 ଟାରେ ଏକ ପ୍ରେସ ବାର୍ତ୍ତା ଦେବେ। ଦିଲ୍ଲୀରେ ପୁଣି ଥରେ ପ୍ରତିବନ୍ଧକ ଲାଗୁ କରାଯିବ କି?  ଯଦି ଲକଡାଉନ୍ ନହୁଏ, ତେବେ ମହାରାଷ୍ଟ୍ର ପରି ଦିଲ୍ଲୀରେ ପ୍ରତିବନ୍ଧକ ହେବକି ବୋଲି ଚର୍ଚ୍ଚା ହେଉଛି। ଗତ  24 ଘଣ୍ଟାରେ 17282କରୋନା ପଜିଟିଭ ଚିହ୍ନଟ ହୋଇଛି ।

ସେହିପରି  24 ଘଣ୍ଟା ମୃତ୍ୟୁ ସଂଖ୍ୟା 104 ରହିଛି ।  ମୋଟ ସଂକ୍ରମଣ ମାମଲା 7,67,438 ହୋଇଥିଲା ବେଳେ ସକ୍ରିୟ ମାମଲା 50,736 ରହିଛି ।  ସେହିପରି  ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ 11,540 ଜଣ ଲୋକ ପ୍ରାଣ ହରାଇଛନ୍ତି ।

By amfnews

Related Post