Sat. Mar 7th, 2026

ବେଆଇନ କଫ୍ ସିରପ୍ ଜବତ; ଦୋକାନ ମାଲିକ ଅଟକ

188 Views

ଜୟପୁର : କୋରେକ୍ସ ନାମକ ବେଆଇନ କଫ୍ ସିରପ୍ ଗଚ୍ଛିତ ରଖିଥିବା ଅଭିଯୋଗରେ ଜୟପୁର ସହରର ଲିଙ୍ଗରାଜ ନଗରରେ ଥିବା ଗଣନାଥ ହୋମିଓ ଦୋକାନ ମାଲିକଙ୍କ ଘରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର କଫ୍ ସିରପ୍  ମିଳିଥିବା ସୂଚନା ମିଳିଛି।
ଆଜି ସକାଳେ ସଦର ଥାନା ଅଧିକାରୀଙ୍କ ସମେତ ଟାଉନ ପୁଲିସ୍‌ ସହାୟତାରେ ଜୟପୁର ଡ୍ରଗ୍ସ ଇନ୍ସପେକ୍ଟର ତାଙ୍କ ଘର ଓ ଦୋକାନରେ ଚଢଉ କରିଥିଲେ। ପୁଲିସ୍ ଦୋକାନ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନାଅନୁଯାୟୀ, ଗତକାଲି ଜିଲ୍ଲାର ସୁନାବେଡା ଅଞ୍ଚଳରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଥିଲା। ଏହି କଫ୍ ସିରପ୍ ଜୟପୁରର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିବା ସୂଚନା ମିଳିଥିଲା। ଗଣନାଥ ହୋମିଓ ଦୋକାନ ମାଲିକଙ୍କ ଘରେ ବେଆଇନ କଫ୍ ସିରପ୍  ଥିବା ଡ୍ରଗ୍ସ ଇନ୍ସପେକ୍ଟର କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ଚଢ଼ଉ କରିଥିଲେ।

By amfnews

Related Post