114 Views
ରାଉରକେଲା, ୪ା୯ : ସେକ୍ଟର-୧୮ ଅଞ୍ଚଳରେ ବେଆଇନ୍ ଭାବେ ମଦ ବିକ୍ରି ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ଖାଇଛନ୍ତି । ଏନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ତେବେ ସମ୍ପୃକ୍ତ ଅଞ୍ଚଳରେ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବାରୁ ବିଭିନ୍ନ ସମୟରେ ଗଣ୍ଡଗୋଳ, ପାଟିତୁଣ୍ଡ ଓ ମାର୍ପିଟ୍ ଘଟଣାମାନ ଘଟୁଥିବା ନଜିର୍ ରହିଛି । ଏଭଳି ଏକ ଘଟଣାରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରି ଥାନା ଜିମାରେ ଦେଇଥିବା ଜଣାପଡିଛି । ଏହି ବେଆଇନ୍ ମଦ ବିକ୍ରି ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଅସାମାଜିକ ତତ୍ତ୍ୱଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ତେଣୁ ଏ ଦିଗରେ ପୁଲିସ୍ ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।