136 Views
ଭୁବନେଶ୍ୱର : ‘ବୁଲ୍ବୁଲ୍’ ପ୍ରଭାବରେ ଉପକୂଳ ଅଞ୍ଚଳର କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି । ଏହାର ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହି ୪ ଜିଲ୍ଲାକୁ ଅରେଂଜ ଓ୍ୱାର୍ଣ୍ଣି ଜାରି ଦିଆଯାଇଛି ।
ସେହିପରି ମୟୂରଭଂଜ ଓ ଯାଜପୁର ଜିଲ୍ଲା ପାଇଁ ମଧ୍ୟ ଅରେଜଂ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ‘ବୁଲ୍ବୁଲ୍’ ପ୍ରଭାବରେ ଏହି ଦୁଇ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିବ । ପବନ ବେଗ ବୃଦ୍ଧି ପାଇ ୯୦ କି.ମି. ରହିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଗଂଜାମ, ପୁରୀ ଓ ଯାଜପୁର ଜିଲ୍ଲାରେ ମଧ୍ୟ ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ ।