Sat. Mar 7th, 2026

ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ସମୀକ୍ଷା କରିବେ ଉଦ୍ଧବ ଠାକ୍‌ରେ

185 Views

ମୁମ୍ବାଇ: ୧. ୧ ଲକ୍ଷ କୋଟି ଟଙ୍କାବିଶିଷ୍ଟ ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ସମୀକ୍ଷା କରାଯିବ ବୋଲି ରବିବାର ଦିନ ଉଦ୍ଧବ ଠାକ୍‌ରେ ଘୋଷଣା କରିଛନ୍ତି।

ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଶେଷରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ କହିଲେ, କାହରି କ୍ଷତି ହେଲା ଭଳି କାମ ହେବ ନାହିଁ। ଆମେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ସମୀକ୍ଷା କରିବୁ।

ବୁଲେଟ୍‌ ଟ୍ରେନ୍‌ ପାଇଁ ୧. ୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେଥିରୁ ୦. ୧ ସୁଧ ହାରରେ ୫୦ ବର୍ଷିୟ ଋଣ ଯୋଗେ ୮୧% ଅର୍ଥ ଯୋଗାଇ ଦେବ ଜାପାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋଅପରେସନ୍‌ ଏଜେନ୍‌ସି। ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପାଇଁ ଗଠିତ ନ୍ୟାସ୍‌ନାଲ୍‌ ହାଇସ୍ପିଡ୍‌ ରେଲ୍‌ କର୍ପୋରେସନ୍‌ ପାଇଁ ମହାରାଷ୍ଟ୍ର ଓ ଗୁଜରାଟ ପ୍ରତ୍ୟେକ ୫୦୦୦ କୋଟି ଲେଖାଏଁ ଏବଂ କେନ୍ଦ୍ର ସରକାର ୧୦, ୦୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବେ।

ସମ୍ପ୍ରତି ଏହି ପ୍ରକଳ୍ପ ଉତ୍ତର ମୁମ୍ବଇ ପାଖକୁ ଲାଗିଥିବା ପାଲଘର ଅଞ୍ଚଳରେ ଜମି ଅଧିଗ୍ରହଣ ନିମନ୍ତେ ଅସୁବିଧାରେ ସମ୍ମୁଖୀନ ହୋଇଛି। ଏବେ ସୁଦ୍ଧା ସମୁଦାୟ ଆବଶ୍ୟକ ଜମି ୧, ୩୮୦ ହେକ୍ଟର୍‌ରୁ ୫୪୮ ହେକ୍ଟର୍‌ ଜମି ଅଧିଗ୍ରହଣ ସରିଲାଣି। ୨୦୨୩ ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

By amfnews

Related Post