172 Views
ତାଙ୍କ କହିବା ଅନୁଯାୟୀ, ଏବେ ଦେଶର ସ୍ଥିତି ବହୁତ ଖରାପ । ସମାଜରେ ବିଷ ଖେଳି ଯାଇଛି । ଏବେ ଲୋକମାନେ ଆଇନକୁ ହାତକୁ ନେବା ପାଇଁ ପଛାଉ ନାହାନ୍ତି । ଆଜିକାଲି ମନ ଇଚ୍ଛା ଯିଏ ଯାହାକୁ ଚାହୁଁଛି ହତ୍ୟା କରୁଛି । କିନ୍ତୁ କେହି କିଛି କରି ପାରୁ ନାହାନ୍ତି । ଏବେ ଏକ ଗାଈର ଜୀବନ ମଣିଷ ଜୀବନ ଠାରୁ ଅଧିକ ମୂଲ୍ୟବାନ ହୋଇ ଯାଇଛି । ଏଭଳି ପରିସ୍ଥିତି ଦେଖି ମୋତେ ମୋ ପିଲାମାନଙ୍କ କଥା ଭାବି ଚିନ୍ତା ଲାଗିଲାଣି । ଯଦି କେହି ମୋ ପିଲାମାନଙ୍କୁ ଘେରି ତାଙ୍କୁ ପଚାରେ ତୁମେ ହିନ୍ଦୁ ନା ମୁସ୍ଲିମ୍?ଏହି ପ୍ରଶ୍ନର ଉତ୍ତର ମୋ ପିଲାମାନଙ୍କ ପାଖରେ ନଥିବ । କାରଣ ମଜହବ୍ର ତାଲିମ୍ ମୋତେ ମିଳିଥିଲା । କିନ୍ତୁ ମୁଁ ମୋ ପିଲମାନଙ୍କୁ ଦେଇ ନାହିଁ । ମୋ ହିସାବରେ ଭଲ ଏବଂ ଖରାପ ହେବା ସହ ମଜହବ୍ର କୌଣସି ସଂପର୍କ ନଥାଏ । ମଣିଷର ମାନବିକତା ହିଁ ତାହାର ଧର୍ମ ହେବା ଦରକାର ବୋଲି ଏକ େଓ୍ଵବ୍୍ସାଇଟ୍କୁ ସାକ୍ଷାତକାର ଦେଇ କହିଥିଲେ ନସିରୁଦ୍ଦିନ୍ ଶାହା ।