Fri. Mar 21st, 2025

ବୁଡ଼ିଲା ମା’ ଭଟ୍ଟାରିକାଙ୍କ ମନ୍ଦିର

By amfnews Aug 14, 2019 #Featured
151 Views

ନରସିଂହପୁର : ଗତ ୨ ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ଏଥିଯୋଗୁ  ଆଜି ଭୋରୁ ବନ୍ୟା ପାଣି ବଡ଼ମ୍ବାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି।  ବନ୍ୟାପାଣିରେ ମା’ଙ୍କ ମନ୍ଦିର ବୁଡିଯାଇଛି। ମନ୍ଦିର ଚାରିପଟେ ବନ୍ୟା ପାଣିର ସୁଅ ଛୁଟୁଛି। ଏପରି ସ୍ଥିତିରେ ମା’ଙ୍କ ବିଗ୍ରହକୁ ନିକଟସ୍ଥ ପାହାଡ଼ ଉପରକୁ ନିଆଯାଇ ପୂଜାର୍ଚ୍ଚନା କରାଯାଉଥିବା ଜଣାଯାଇଛି।

ସବୁ ଦିନ ପରି ଆଜି ଭୋର ୪ଟାରୁ ପୂଜକ ମା’ଙ୍କ ପୂଜା ନୀତି କରିବାକୁ ମନ୍ଦିର ଯାଇଥିଲେ। ହେଲେ ସେଠାରେ ପାଣି ବଢ଼ୁଥିବାର ଦେଖି ତତ୍‌କ୍ଷଣାତ ମା’ଙ୍କ ବିଗ୍ରହକୁ ମନ୍ଦିରରୁ ବାହାର କରି ଦେଇଥିଲେ। ଏହାପରେ ମହାନଦୀ ଉପକୂଳରେ ଥିବା ଏକ ପାହାଡ଼ ଉପରେ ମା’ଙ୍କ ବିଗ୍ରହକୁ ରଖାଯାଇଛି । ସେଠାରେ ସୁରକ୍ଷିତ ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ପ୍ରତି ବର୍ଷ ବର୍ଷା ଦିନେ ଭଟ୍ଟାରିକାଙ୍କ ନିକଟରେ ଏପରି ସ୍ଥିତି ଉପୁଜୁଥିବା ଜଣାଯାଇଛି।

By amfnews

Related Post