Sun. Nov 24th, 2024

ବିହାର ବନ୍ୟା: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ୭୫ ଲକ୍ଷ ଲୋକ ପ୍ରଭାବିତ

By amfnews Aug 12, 2020 #Featured
110 Views

ପାଟଣା, ଅଗଷ୍ଟ ୧୨ : ବିହାରରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୨୪ରେ ପହଂଚିଛି । ମୋଟ ୧୬ ଜିଲ୍ଲାରେ ୭୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଦରଭଙ୍ଗାରେ କେବଳ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁଜାଫରପୁରରେ ୬ ଜଣ, ପଶ୍ଚିମ ଚମ୍ପାରଣରେ ୪ ଜଣ, ସାରଣରେ ୨ ଜଣ, ସିୱନରେ ୨ ଜଣ ଜୀବନ ହାରିଛନ୍ତି ।

ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ବନ୍ୟା ଯୋଗୁଁ ମୋଟ ୭୫ ଲକ୍ଷ ୨ ହଜାର ୬୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୬୬ଟି ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ସମୟରେ ୩୩ଟି ଏନଡିଆରଏଫ ଓ ଏସଡିଆରଏଫ ଟିମ ମୁତୟନ ହୋଇଥିଲେ । ଏମାନେ ବନ୍ୟା ଅଂଚଳରୁ ଲୋକଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ ଥିଲେ ।

ମୁଖ୍ୟମନ୍ତ୍ରୀ ନିତିଶ କୁମାର ବନ୍ୟା ପ୍ଲାବିତ ଅଂଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି । ଭାଗଲପୁର, ଦରଭଙ୍ଗା, ମୁଙ୍ଗେର, ପୁର୍ଣ୍ଣିଆ ଓ କୋଶୀ ଡିଭିଜନରେ ମୁଖ୍ୟମନ୍ତ୍ରୀ ବନ୍ୟାଂଚଳ ଦେଖିଛନ୍ତି । ଏସବୁ ଅଂଚଳରେ ପରିସ୍ଥିତି ସ୍ୱାଭାବିକ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଏସବୁ ଅଂଚଳରେ ନଦୀର ଜଳସ୍ତର ହ୍ରାସ ପାଇଛି । କିନ୍ତୁ ସେପଟେମ୍ବର ସୁଦ୍ଧା ନଦୀର ଜଳସ୍ତର ରହିବ । ବନ୍ୟା ପ୍ରଭାବିତ ଅଂଚଳରେ କୋଭିଡ-୧୯ ପରୀକ୍ଷା ତ୍ୱରାନ୍ୱିତ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି

By amfnews

Related Post