Sat. Dec 28th, 2024

ବିହାରରେ ମହିଳା ପୋଲିସଙ୍କ ମୃତ୍ୟୁ ପରେ ହିଂସା ମାମଲାରେ ୧୭୫ ପୋଲିସ କର୍ମଚାରୀ ବହିଷ୍କୃତ

By amfnews Nov 5, 2018 #Featured
225 Views

ପାଟଣା, ନଭେମ୍ବର ୦୫: ବିହାରର ରାଜଧାନୀ ପାଟଣାରେ ଜଣେ ଟ୍ରେନିଂ ମହିଳା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ପୋଲିସ ଗତ ଶୁକ୍ରବାର ହିଂସ୍ର ହେବା ଓ ନ୍ୟୁ ପୋଲିସ ଲାଇନରେ ଭଙ୍ଗାରୁଜା କରିବା ମାମଲାରେ ୧୬୭ ଟ୍ରେନି ପୋଲିସ, ୮ ଜଣ ବରିଷ୍ଠ ପୋଲିସକୁ ବହିଷ୍କାର କରାଯାଇଛି । ସେହିପରି ଏହି ଘଟଣାରେ ୨୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ପାଟଣାର ଜଣେ ପୋଲିସ ମହାନିରୀକ୍ଷକ ତଥା ଘଟଣାର ଯାଞ୍ଚ କରୁଥିବା ଅଧିକାରୀ ନାୟାର ହସମ୍ୟାନ ଖାନ କହିଛନ୍ତି ଭଙ୍ଗାରୁଜାରେ ୧୬୭ ଜଣ ଟ୍ରେନଂ ପୋଲିସ କର୍ମଚାରୀ ଏବଂ ୮ ଜଣ ବରିଷ୍ଠ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରି ଦିଆଯାଇଛି । ସେହିଭଳି ୨୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଚାକିରୀରୁ ବହିଷ୍କାର କରାଯାଇଥିବା ୧୬୭ ଜଣ ଟ୍ରେନିଂଙ୍କ ମଧ୍ୟ ଅଧା ହେଉଛନ୍ତି ମହିଳା ପୋଲିସ । ଏହା ବ୍ୟତୀତ ସେ କହିଛନ୍ତି ପୋଲିସ ଲାଇନରେ ଏକାଠି ଥିବା ୯୩ ଜଣ ପୋଲିସ କର୍ମଚାରୀଙ୍କୁ ଚିହ୍ନିତ କରି ପାଟନା ଜୋନରୁ ବାହାରକୁ ସ୍ଥାନାନ୍ତରିତ କରିବା ନେଇ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି ।

ଭଙ୍ଗାରୁଜା ମାମଲାରେ ୪ଟି ଏଫଆଇଆର ରୁଜୁ ହୋଇଛି, ଦୋଷୀଙ୍କୁ ଗିରଫ କରାଯିବ । ଛୁଟି ଦିଆ ନଯିବାରୁ ମହିଳା ପୋଲିସ କର୍ମଚାରୀ ସବିତା ପାଠକଙ୍କ ମୃତ୍ୟୁ ଅଭିଯୋଗ ସଂପର୍କରେ ସେ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ, ଚିକିତ୍ସା ସୁବିଧା ଦିଆଯାଇଛି । କାମରୁ ଫେରିବା ପରେ ପୁଣି ଥରେ ଡ୍ୟୁଟି କରିବାକୁ କୁହାଯିବାରୁ ଅକ୍ଟୋବର ୩୦ରେ ସବିତାଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ବିଗିଡି ଯାଇଥିଲା ।

By amfnews

Related Post