Thu. Jan 23rd, 2025

ବିହାରରେ ବନ୍ୟା: ୨୫ ଲକ୍ଷ ଲୋକ ବାସହୀନ, ୩୮ ଲକ୍ଷ ୪୭ ହଜାର ଲୋକ ପ୍ରଭାବିତ

By amfnews Jul 30, 2020 #Featured
187 Views

ପାଟଣା, ଜୁଲାଇ ୩୦  : ବିହାରରେ ପ୍ରବଳ ବର୍ଷା ପରେ ବନ୍ୟା ଯୋଗୁଁ ୩୮ ଲକ୍ଷ ୪୭ ହଜାର ୫୩୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରୁ ୨୫ ହଜାର ୧୧୬ ଜଣ ଲୋକ ବାସହୀନ ହୋଇଯାଇଛନ୍ତି । ବିହାର ସରକାରଙ୍କ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁସାରେ ବନ୍ୟା ଜଳରେ ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫର ୨୬ଟି ଟିମ ନିୟୋଜିତ ହୋଇଛନ୍ତି ।

ମୁଜାଫରପୁରରେ ୮ ଲକ୍ଷ ୭୭ ହଜାର ୧୩୮ ଜଣ ଲୋକ ଓ ସୁପଉଲରେ ୮୧ ହଜାର ୧୯୮ ଜଣ ଲୋକ ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି । ଗଣ୍ଡକୀ ଏବଂ ବାଗମତୀ ନଦୀର ଜଳସ୍ତର ବଢ଼ିଥିବାରୁ ମୁଜାଫରପୁର ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ଲୋକଙ୍କର ଘର ଧୋଇ ନେଇଛି । ଫଳରେ ଲୋକେ ସୁରକ୍ଷିତ ସ୍ଥାନର ଆଶ୍ରୟ ନେଉଛନ୍ତି । ପ୍ରାୟ ୪ରୁ ୫ ଦିନ ହେବ ଲୋକଙ୍କର ଘରକୁ ପାଣି ପ୍ରବେଶ କରିଛି ।

By amfnews

Related Post