Sat. Nov 23rd, 2024

ବିହାରରେ ପୁଣି ହିଂସା : ନିର୍ଦ୍ଦୋଷଙ୍କୁ ପିଟିପିଟି ମାରିଦେଲେ

By amfnews Sep 11, 2018 #Featured
130 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ :

ବିହାରରେ ପୁଣିଥିରେ ଭୀଡହିଂସା ଘଟଣା ସାମ୍ନାକୁ ଆସିଛି । ଜଣେ ନିର୍ଦ୍ଦୋଷକୁ କିଛି ବ୍ୟକ୍ତି ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ନିଜ ମାଉସୀଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ହେବା ପାଇଁ ସୀତାମଢି ଯାଇଥିଲେ । ଏହି ମାମଲାରେ ପୋଲିସର ବଡ ନିଷ୍କ୍ରିୟତା ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏବେସୁଧା ୧୫୦ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି ପୋଲିସ୍ ।

ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ବାରଦାତ ସୀତାମଢି ଅଂଚଳରେ ଘଟିଛି । ଯୁବକଜଣଙ୍କ ସହିୟାରା ସିଂଗାରିଆ ଗ୍ରାମର ରୁପେଶ କୁମାର ଝା ହୋଇଥିବା ଜଣାପଡିଛି । ତେବେ ରୁପେଶ ତାଙ୍କ ମାଉସୀଙ୍କ ଶ୍ରାଦ୍ଧରେ ଯୋଗ ଦେବା ପାଇଁ ଆସିଥିଲେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଏହି ଉତ୍ସବରେ ଜିନିଷ କିଣିବା ପାଇଁ ବଜାରକୁ ଯାଇଥିବା ରୁପେଶଙ୍କ ସହ ରାସ୍ତାରେ ଗାଡି ସାଇଡ୍ ମରାକୁ ନେଇ କିଛି ବ୍ୟକ୍ତିଙ୍କ ସହ ବଚସା ହୋଇଥିଲା । ଏହାପରେ ଜଣେ ଯୁବକ କିଛି ନ ବୁଝି ରୁପେଶଙ୍କୁ ମାଡ ମାରିଥିଲେ । ଏବଂ କିଛି ଲୋକ ଏକଜୁଟ୍ ହୋଇ ତାଙ୍କୁ ପିଟିପିଟି ଗୁରୁତର କରିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଁଛି ତାଙ୍କୁ ମେଡିକାଲରେ ଭର୍ତି କରିଥିଲା । ରାତ୍ର ୧୧ଟାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ରୁପେଶ ଗାଡିରେ ବେଆଇନ୍ ସାମଗ୍ରୀ ନେଇ ଯାଉଥିଲେ । ଏହି ଘଟଣାରେ ପୋଲିସ୍ ପ୍ରଥମେ ଏତଲା ରଖି ନଥିଲା । ବିବାଦ ଘନେଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

By amfnews

Related Post