Sat. Mar 7th, 2026

ବିସିସିଆଇ ମୁଖ୍ୟ ଏକ ଚାଲେଞ୍ଜିଙ୍ଗ୍‌ ପଦବୀ ବୋଲି ସ୍ୱୀକାର କଲେ ସୌରଭ ଗାଙ୍ଗୁଲି

222 Views

ମୁମ୍ବାଇ  : ପରବର୍ତ୍ତୀ ବିସିସିଆଇ ସଭାପତି ହେବାକୁ ଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ ସୌରଭ ଗାଙ୍ଗୁଲି ସ୍ୱୀକାର କରିଛନ୍ତି ଯେ କ୍ରିକେଟ୍‌ ଜଗତ୍‌ର ସବୁଠୁ ବଡ଼ ସଂସ୍ଥାନର ତତ୍ତ୍ୱାବଧାନ କରିବା ତାଙ୍କ ପାଇଁ ଗୋଟାଏ ଚାଲେଞ୍ଜ୍‌।

ଗଣମାଧ୍ୟମକୁ ସେ କହିଛନ୍ତି: ନିଯୁକ୍ତି ପାଇଁ ମୁଁ ଆନନ୍ଦିତ। ବିସିସିଆଇ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥିବା ବେଳେ କିଛି କରିବା ନିମନ୍ତେ ଏଇଟା ମୋ ପାଇଁ ବଡ଼ ସୁଯୋଗ। ସେ ପୁଣି କହିଛନ୍ତି: ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ କିଂବା ଅନ୍ୟ ଯେମିତି ବି ନିର୍ବାଚିତ ହେଉ, ଦାୟିତ୍ୱ କିନ୍ତୁ, ଖୁବ୍‌ ବଡ଼। କାରଣ କ୍ରିକେଟ୍‌ ଜଗତରେ ଏଇଟା ସର୍ବବୃହତ୍‌ ସଂସ୍ଥାନ। ଭାରତ ଏକ ଶକ୍ତିର କେନ୍ଦ୍ର। ଏଇଟା ବଡ଼ ଚାଲେଞ୍ଜ୍‌।

ଭାରତର ପୂର୍ବତନ କ୍ୟାପ୍‌ଟେନ୍‌ ଗାଙ୍ଗୁଲିଙ୍କୁ ଆଇପିଏଲ୍‌ ଅଧ୍ୟକ୍ଷ ପଦ ମଧ୍ୟ ଯଚା ଯାଇଥିଲା କିନ୍ତୁ, ରବିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସଂପ୍ରତି ସୌରଭ ଗାଙ୍ଗୁଲି କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌ର ଅଧ୍ୟକ୍ଷ ଅଛନ୍ତି।

By amfnews

Related Post