Sat. Nov 23rd, 2024

ବିଷ ବଳୟରେ ମାଛ, ଲ୍ୟାବ୍ ଟେଷ୍ଟରୁ ମିଳିଲା ବିଷାକ୍ତ କ୍ୟାନସର ସୃଷ୍ଟିକାରୀ ଫର୍ମାଲିନ୍

By Naresh Kumar Jul 13, 2018 #Featured
310 Views

ଭୁବନେଶ୍ୱର, ଜୁଲାଇ ୧୩ :

ରାଜଧାନୀ ମାଛରେ ବିଷ । ସାଧାରଣ ଲୋକ ଖାଉଛନ୍ତି ବିଷ ମିଶା ମାଛ । ରାଜ୍ୟରେ ବିକ୍ରି ହେଉଥିବା ଆନ୍ଧ୍ର ମାଛରେ ମିଳିଛି ବିଷର ନମୁନା । ପଡୋଶୀ ଆନ୍ଧ୍ରପଦେଶରୁ ଆମଦାନୀ ହେଉଥିବା ମାଛରେ ମିଳିଛି ବିଷାକ୍ତ ଫାର୍ମାଲିନ । ଯାହାକୁ ନେଇ ଚିନ୍ତାରେ ସରକାର ଏବଂ ସାଧାରଣ ଖାଉଟି । ଏପରି କି ଖବର ସାମ୍ନାକୁ ଆସିବା ପରେ ଖାଉଟିଙ୍କ ନିଦ ହଜି ଯାଇଛି । ବିଭିନ୍ନ ମାଛରୁ ମୁହଁ ମଧ୍ୟ ଫେରାଇଲେଣି ସାଧାରଣ ଖାଉଟି ।

ସୂଚନାନୁଯାୟୀ, ଭୁବନେଶ୍ୱରରେ ବିକ୍ରି ହେଉଥିବା ମାଛରୁ ଫର୍ମାଲିନ୍ ମିଳିଛି । ଲ୍ୟାବ୍ ଟେଷ୍ଟ୍ ପରେ ଏ କଥା ସ୍ପଷ୍ଟ ହୋଇଛି । ତେବେ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିବା ୯ଟି ପାମ୍ପଲେଟ୍ ମାଛରୁ ମିଳିଛି ଏହି ବିଷାକ୍ତ ପଦାର୍ଥ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପଷୁ ସମ୍ପଦ ବିଭାଗ ସଚିବ ବିଶାଲ ଦେବ । ରାଜଧାନୀର ୪ ନମ୍ବର ମାଛ ମାର୍କେଟରୁ ସଂଗୃହିତ ହୋଇଥିବା ନମୂନାରେ ଏହା ଜଣାପଡିଛି । ପରୀକ୍ଷା ପାଇଁ ରୋହି, ମିରିକାଳି, ପାମ୍ପଲେଟ୍ ଆଦି ୯ଟି ମାଛର ନମୂନା ସଂଗ୍ରହ କରାଯାଇଥିଲା । ଆହୁରି ମଧ୍ୟ ଫର୍ମାଲିନର ସତର୍କତା ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଚିଠି ହେବ ସହ ସମସ୍ତ ଅଂଚଳରୁ ମାଛର ନମୂନା ପରୀକ୍ଷା ହେବ ବୋଲି ସଚିବ କହିଛନ୍ତି  ।

ଆସାମ ସରକାର ସମାନ ଘଟଣା ଆଧାରରେ ଆନ୍ଧ୍ର ମାଛ ଉପରେ ବ୍ୟାନ୍ ଲଗାଇଥିଲେ । ତେବେ ଓଡିଶା ସରକାର ଆସାମ ସରକାରଙ୍କ ସହ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ ।

ସୂଚନାଯୋଗ୍ୟ କି, ଫର୍ମାଲିନ୍ ହେଉଛି ସେହି ରସାୟନିକ ପଦାର୍ଥ ଯାହାକୁ ଶବ ସଂରକ୍ଷଣରେ ବ୍ୟବହାର କରାଯାଇଥାଏ । ଏହା ଦ୍ୱାରା କ୍ୟାନସର ରୋଗ ବ୍ୟାପିବାର ସମ୍ଭାବନା ଥିବା ଜଣାପଡିଛି ।

Related Post