Sat. Mar 7th, 2026

ବିଶ୍ୱ ସାଇକେଲ୍ ଦିବସରେ ସାଇକେଲ୍ ଚଢ଼ି ଅଫିସ୍ ଆସିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

437 Views

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ସାଇକେଲ୍ ଦିବସ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ସାଇକେଲ୍ ଚଢ଼ି ନିଜ ବାସଭବନରୁ ଅଫିସକୁ ଆସିଥିଲେ।ତାଙ୍କର ଏହି ସାଇକେଲ ଚଢ଼ା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହା ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଲୋକଙ୍କୁ ଏକ ବଡ଼ ସନ୍ଦେଶ ଦେଇଥିବା କୁହାଯାଉଛି।

କର୍ଣ୍ଣ ,ନାସା ଓ ଗଳା (ଇଏନ୍ଟି) ଡାକ୍ତର ହର୍ଷବର୍ଦ୍ଧନ ନିଜର ସରଳତା ଲାଗି ବେଶ ଜଣାଶୁଣା। ପୁଣିଥରେ ସେ ନିଜର ସରଳତା ଏବଂ ନିରାଡମ୍ବର ଜୀବନଶୈଳୀର ପରିଚୟ ଦେଇଛନ୍ତି। ଦିଲ୍ଲୀର ଏକମାତ୍ର ସାଂସଦ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ ପାଳିରେ ବି କ୍ୟାବିନେଟ୍ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ଡାକ୍ତର ହର୍ଷବର୍ଦ୍ଧନ ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୪ରେ ବି ସେ ପ୍ରଥମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଥିଲେ। କିନ୍ତୁ ୬ ମାସ ପରେ ତାଙ୍କଠାରୁ ଏହି ମନ୍ତ୍ରଣାଳୟ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇ ଅଲଗା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା।

By amfnews

Related Post