Thu. Jan 23rd, 2025

ବିଶ୍ୱ ଯୋଗଦିବସ ଉଦ୍ଦେଶ୍ୟରେ ରାଜଯୋଗ ଶିବିର

247 Views

ଢେଙ୍କାନାଳ : ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସ ଉଦ୍ଦେଶ୍ୟରେ ରାଇଜିଂ ଷ୍ଟାର କ୍ଲବ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ମିଳିତ ସହଯୋଗରେ ଏକ ରାଜଯୋଗ ଶିବିର କାର୍ଯ୍ୟକ୍ରମ ଢେଙ୍କାନାଳ କୁମ୍ଭାର ସାହି ଠାରେ ତା ୧୮.୦୬.୨୦୧୮ ରିଖ ସଂଧ୍ୟାରେ  ଅନୁଷ୍ଠିତ ହୋଇ ଯାଇଛି ।

ଢେଙ୍କାନାଳ ବାଣିଜ୍ୟିକ ପ୍ରତିଷ୍ଠାନ ର ସଭାପତି ଶ୍ରୀ ଶରତ ଚନ୍ଦ୍ର ପାଢି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଲେ ଯେ ବର୍ତ୍ତମାନର ବିଶୃଙ୍ଖଳିତ ସମାଜକୁ ଦିଗ୍ଦର୍ଶନ ଦେବାପାଇଁ ଆଧ୍ୟାତ୍ମିକ ଜାଗୃତିରେ ନିହାତି ଆବଶ୍ୟକ । ଏଥିପାଇଁ ରାଇଜିଂଷ୍ଟାର କ୍ଲବର ସଦସ୍ୟମାନଙ୍କର ଉଦ୍ୟମ ପ୍ରଶଂସନୀୟ ଅଟେ ।

ବ୍ରହ୍ମାକୁମାରୀ ଉଷାଭଉଣୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରମାତ୍ମା ଶିଖାଉଥିବା ରାଜଯୋଗର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରି ସୁଖଶାନ୍ତିମୟ ସମାଜ ଗଠନ ପାଇଁ କ୍ଲବର ସଭ୍ୟମାନଙ୍କୁ ଆହ୍ୱାନ କରିଥିଲେ । ପ୍ରାରମ୍ଭରେ କ୍ଲବର ଉପସଭାପତି ରଶ୍ମିରଂଜନ ପାଢି ସମସ୍ତଙ୍କୁ ସ୍ୱାଗତ  କରିଥିଲେ । ବ୍ରହ୍ମା କୁମାର ବେଣୁଧର ରାଜଯୋଗ ଅଭ୍ୟାସ ନିମନ୍ତେ ଆତ୍ମାର ଶୁଦ୍ଧିକରଣ ଆବଶ୍ୟକ ବୋଲି ଗୁରୁତ୍ୱ ଆରୋପ କରିଥିଲେ ।

ବ୍ରହ୍ମାକୁମାର ଜନ୍ମେଜୟ କାର୍ଯ୍ୟକ୍ରମକୁ ସଂଯୋଜନା କରି ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ସାମୂହିକ ଯୋଗ କରାଯାଇଥିଲା ଏବଂ ଶେଷରେ ସଭାପତି ସନାତନ ରାଉଳ, ସଂପାଦକ ଗୁରୁପଦ ବିଶ୍ୱାଳ, ଉପସଭାପତି ରଶ୍ମି ରଂଜନ ପାଢି ଓ କ୍ଲବର ସମସ୍ତ ସଦଶ୍ୟ ଉପସ୍ଥିତ ରହି ରାଜଯୋଗ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Related Post