Fri. Dec 27th, 2024

ବିଶ୍ୱ ବ୍ୟାଙ୍କ ଆକଳନ ଅନୁଯାୟୀ ଜିଡିପିରେ ଭାରତର ସ୍ଥାନ ସପ୍ତମ

By amfnews Aug 2, 2019 #Featured
100 Views

ନୂଆଦିଲ୍ଲୀ  : ଜିଡିପିର ବିଶ୍ବସ୍ତରୀୟ ରାଙ୍କରେ ଭାରତର ସ୍ଥାନ ଏବେ ସାରା ବିଶ୍ବରେ ସପ୍ତମ ବୋଲି ଜଣାଯାଇଛି। ଭାରତର ଜିଡିପି ୨.୭ ଟ୍ରିଲିୟନ ଡଲାର ରହିଛି । ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ଆକଳନ ମୁତାବକ ଜିଡିପିରେ ଭାରତ ୭ନମ୍ବରରେ ପହଞ୍ଚିଛି । ତେଣେ ବ୍ରିଟେନ ଏବଂ ଫ୍ରାନ୍ସ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ରହିଛିନ୍ତି । ୨୦୧୭ରେ ଭାରତ ଫ୍ରାନ୍ସକୁ ପଛରେ ପକାଇ ଆଗରେ ପହଞ୍ଚିଥିଲା । କିନ୍ତୁ ଚଳିତ ବର୍ଷ ଭାରତ ତଳକୁ ଖସି ଯାଇଥିବା ଜଣାଯାଇଛି ।

ଜିଡିପି ପ୍ରସଙ୍ଗରେ ଆମେରିକୀୟ ଅର୍ଥବ୍ୟବସ୍ଥା ଏଥର ବି ଏକ ନମ୍ବର ସ୍ଥାନରେ ରହିଥିବା ଜଣାଯାଇଛି । ୨୦୧୮ରେ ୟୁଏସର ଜିଡିପି ୨୦.୫ ଟ୍ରିଲିୟନ ଡଲାର ରହିଛି । ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଚୀନ ରହିଥିବା ଜଣାଯାଇଛି । ଚୀନର ଜିଡିପି ୧୩.୬ ଟ୍ରିଲିୟନ ଡଲାର ରହିଛି । ସେହିପରି ଜାପାନର ଜିଡିପି ୫ ଟ୍ରିଲିୟନ ଡଲାର ରହିଛି ।

ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତର ଟଙ୍କାର ସ୍ତର ଏପଟ ସେପଟ ହୋଇଥିବା ହେତୁ ଜିଡିପିରେ ଭାରତ ୭ନମ୍ବରରେ ପହଞ୍ଚିଛି । ତେବେ ସେମାନେ ଆଶା ପ୍ରକାଶ କରିଛନ୍ତି ଯେ ଚଳିତ ବର୍ଷ ଏଥିରେ ଯଥେଷ୍ଟ ସୁଧାର ଆସିବ।

By amfnews

Related Post