ନୂଆଦିଲ୍ଲୀ, ଅଗଷ୍ଟ ୧୩ : ମହାମାରୀ କରୋନା ଭାଇରସ ସଂକ୍ରମଣ ଲାଗି ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ସାଢ଼େ ୭ ଲକ୍ଷ ଅତିକ୍ରମ କରିଛି । ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ୭ ଲକ୍ଷ ୫୧ ହଜାର ୫୬୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଚୀନରୁ ବ୍ୟାପିଥିବା ଏହି ମହାମାରୀରେ ୨ କୋଟି ୭ ଲକ୍ଷ ୮୬ ହଜାର ୮୪୪ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ କୋଟିଏ ୩୬ ଲକ୍ଷ ୮୯ ହଜାର ୯୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩ ଲକ୍ଷ ୪୫ ହଜାର ୩୦୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏଥିରୁ ୬୪ ହଜାର ୬୫୫ ଜଣ ଗୁରୁତର ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ ୫୩ ଲକ୍ଷ ୬୦ ହଜାର ୨୯୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ ୬୯ ହଜାର ୧୩୧ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକା କରୋନା ପାଇଁ ସବୁ ପ୍ରକାରର ଉଦ୍ୟମ ଚଳାଇଥିବା ବେଳେ ଏହା ନିୟନ୍ତ୍ରଣକୁ ଆସୁନାହିଁ । ଏଠାରେ ୨୮ ଲକ୍ଷ ୧୨ ହଜାର ୫୭୬ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୨୩ ଲକ୍ଷ ୭୮ ହଜାର ୫୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୭ ହଜାର ୩୨୦ ଜଣ ଗୁରୁତର ଆକ୍ରାନ୍ତ ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ଋଷିଆ: ୯ ଲକ୍ଷ ୨ ହଜାର ୭୦୧ ସଂକ୍ରମିତ, ୧୫ ହଜାର ୨୬୦ ମୃତ
ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୬୮ ହଜାର ୯୧୯ ସଂକ୍ରମିତ, ୧୧ ହଜାର ୧୦ ମୃତ
ମେକ୍ସିକୋ: ୪ ଲକ୍ଷ ୯୨ ହଜାର ୫୨୨ ସଂକ୍ରମିତ, ୫୩ ହଜାର ୯୨୯ ମୃତ
ପେରୁ: ୪ ଲକ୍ଷ ୮୯ ହଜାର ୬୮୦ ସଂକ୍ରମିତ, ୨୧ ହଜାର ୫୦୧ ମୃତ
କଲୋମ୍ବିଆ: ୪ ଲକ୍ଷ ୨୨ ହଜାର ୫୧୯ ସଂକ୍ରମିତ, ୧୩ ହଜାର ୮୩୭ ମୃତ
ଚିଲି: ୩ ଲକ୍ଷ ୭୮ ହଜାର ୧୬୮ ସଂକ୍ରମିତ, ୧୦ ହଜାର ୨୦୫ ମୃତ
ସ୍ପେନ: ୩ ଲକ୍ଷ ୭୬ ହଜାର ୮୬୪ ସଂକ୍ରମିତ, ୨୮ ହଜାର ୫୭୯ ମୃତ
ପାକିସ୍ତାନ: ୨ ଲକ୍ଷ ୮୫ ହଜାର ୨୯୧ ସଂକ୍ରମିତ, ୬ ହଜାର ୧୨୯ ମୃତ