Tue. Mar 10th, 2026

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନିଷେଧ କଲେ ଉତ୍ତର ପ୍ରଦେଶ ସରକାର

172 Views

ଲକ୍ଷ୍ନୌ : ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ଉତ୍ତର ପ୍ରଦେଶ ଉଚ୍ଚଶିକ୍ଷା ନିର୍ଦେଶାଳୟ ନିଷେଧାଦେଶ ଜାରି କରିଛନ୍ତି।

ଏଥିନମନ୍ତେ ଗୁରୁବାର ଦିନ ଉଚ୍ଚ ଶିକ୍ଷା ନିର୍ଦେଶାଳୟ ନୂଆ ସର୍କ୍ୟୁଲାର୍‌ ଜାରି କରିଛନ୍ତି। ଏବେ ଠାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‌କୁ ମୋବାଇଲ୍‌ ଫୋନ୍‌ ଆଣିବେ ନାହିଁ କି, ବ୍ୟବହାର କରିବେ ନାହିଁ ବୋଲି ଏଥିରେ ନିର୍ଦେଶ ଦିଆଯାଇଛି।
ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନେ ମଧ୍ୟ ପରିସର ମଧ୍ୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ପାରିବେ ନାହିଁ ବୋଲି ଏଥିରେ କୁହାଯାଇଛି।

କଲେଜ ସମୟରେ ମଧ୍ୟ ବହୁସଂଖ୍ୟକ ଛାତ୍ରଛାତ୍ରୀ ତଥା କର୍ମଚାରୀ ସେମାନଙ୍କର ମୂଲ୍ୟବାନ ସମୟ ମୋବାଇଲ୍‌ ଫୋନ୍‌ ପିଛେ ନଷ୍ଟ କରୁଥିବା କଥା ଲକ୍ଷ୍ୟ କରିବା ପରେ ନିର୍ଦେଶାଳୟ ଏ ଭଳି ନିଷ୍ପତ୍ତି ନେଇଛନ୍ତି।

କ୍ୟାବିନେଟ୍‌ ବୈଠକ ସମେତ ସମସ୍ତ ପ୍ରକାର ସରକାରୀ ସଭାରେ ଚାଲିଥିବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛି ଦିନ ତଳେ ନିର୍ଦେଶ ଦେଇଥିଲେ।

By amfnews

Related Post