Sat. Mar 7th, 2026

ବିଳମ୍ବିତ ହେଉଛି ଶୀତ

203 Views

ଭୁବନେଶ୍ୱର, ନଭେମ୍ବର ୦୯: ନଭେମ୍ବର ଦ୍ୱିତୀୟ ସପ୍ତାହ ଆସିଲାଣି, କିନ୍ତୁ ଶୀତ ଅନୁଭୂତ ହେଉନାହିଁ। ତେବେ ଦିନେ କିମ୍ବା ଦୁଇ ଦିନ ଭିତରେ ଶୀତ ଅନୁଭୂତ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଯାହାକି ଓଡ଼ିଶା ଦେଇ ଗତି କରିଥାଏ ଏହାର ପ୍ରଭାବରେ ଶୀତ ଅନୁଭୂତ ହୋଇଥାଏ। କିନ୍ତୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିବା ଯୋଗୁଁ ଉତ୍ତର-ପଶ୍ଚିମ ଥଣ୍ଡା ବାୟୁ ପ୍ରବାହରେ ବାଧା ସୃଷ୍ଟି କରୁଛି। ଫଳରେ ଶୀତର ପରିମାଣ କମ୍‌ ରହିଛି ବୋଲି ଜଣାପଡ଼ିଛି।

ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଅନୁଭୂତ ହେବା କଥା କିନ୍ତୁ ଏବେ ସୁଦ୍ଧା କେବଳ ପଶ୍ଚିମାଞ୍ଚଳକୁ ଛାଡିଦେଲେ ଅବଶିଷ୍ଟ ସ୍ଥାନକୁ ଶୀତ ଛୁଇଁନାହିଁ।

By amfnews

Related Post