Sat. Mar 7th, 2026

ବିଲ ମଝିରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର; ହତ୍ୟା ସନ୍ଦେହ

320 Views

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କେତୁଆପାଳ ପଞ୍ଚାୟତର ପାଟବିଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ପରିଚୟ ମିଳି ପାରି ନଥିବା ବେଳେ ତାଙ୍କୁ ପୋଡ଼ି ହତ୍ୟା କରାଯିବା ପରେ ଏଠାରେ ଗତକାଲି ବିଳମ୍ବିତ ରାତିରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଆଳି ଥାନା ପୁଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।   କେତୁଆପାଳ-ଏରଡଙ୍ଗ ରାସ୍ତା ପାର୍ଶ୍ବ ପାଟବିଲରେ ବିଦା ବର ଗଛ ନିକଟସ୍ଥ ଏକ କଲଭର୍ଟ ତଳେ ଏହି ଅଧାପୋଡା ମୃତଦେହକୁ ଆଜି କେତେକ ଚାଷୀ ଜମି ହଳ କରୁଥିବା ବେଳେ ଦେଖିଥିଲେ। ସଂପୃକ୍ତ ମହିଳାଙ୍କ ଶରୀରର ଅର୍ଦ୍ଧାଧିକ ପୋଡି ଯାଇଛି। ମହିଳାଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

By amfnews

Related Post