Fri. Mar 6th, 2026

ବିରୋଧ ପରେ ଚେତିଲେ : ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ଉପରେ କଟକଣା

320 Views

ଅନ୍ୟତ୍ର ସ୍ଥାନ ଦେବାକୁ ପରାମର୍ଶ, ତୁରନ୍ତ ସାନି ବୃକ୍ଷରୋପଣ

ଆରଡିସି ଡି ଭି ସ୍ବାମୀ ଆଜି ଶିଳ୍ପ ସଚିବଙ୍କୁ ଚିଠି େଲଖି କହିଛନ୍ତି େଯ େମସର୍ସ ପି ଆଣ୍ଡ ଏ ବଟଲର୍ସ ପ୍ରାଇଭେଟ ଲିମିେଟଡକୁ ବିକଳ୍ପ ସ୍ଥାନରେ ଜମି ଦିଆଯାଉ। ତୁରନ୍ତ ଗଛ କଟା ବନ୍ଦ କରିବା ସହିତ ତୁରନ୍ତ େସଠାରେ ବୃକ୍ଷରୋପଣ କରାଯାଉ। ଆରଡିସିଙ୍କ ଏହି ରିେପାର୍ଟ ସୂଚାଉଛି େଯ ପ୍ରଶାସନ ଯାହା କରିଛି ତାହା ଆଦୌ ଠିକ୍ ନ ଥିଲା। େକବଳ ସ୍ଥାନୀୟ େଲାକ ନୁହନ୍ତି, ରାଜନୈତିକ ଦଳ, ବୁଦ୍ଧିଜୀବୀ ମଧ୍ୟ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ପସନ୍ଦ କରିନାହାନ୍ତି। ପ୍ରଶ୍ନ ଉଠୁଛି, କାହା ପ୍ରରୋଚନାରେ ସବୁ ଆଇନ କାନୁନକୁ ପ୍ରଶାସନ ଗିଳି େଦଇ ଶହ ଶହ ଗଛ କାଟି ଫିଙ୍ଗିେଦଲା?

ଉକ୍ତ ସ୍ଥାନ ଚିହ୍ନଟ େହବା ପୂର୍ବରୁ େସଠାେର ଏେତ ସଂଖ୍ୟକ ମୂଲ୍ୟବାନ ଗଛ ଅଛି, ଏକଥା ପ୍ରଶାସନ ଜାଣିପାରିଲାନି େକମିତି? ବିନା ଅନୁମତିରେ ଗଛ କାଟିବା ଲାଗି ଜିଲ୍ଲା ପ୍ରଶାସନ କିଭଳି ସୁେଯାଗ ସୃଷ୍ଟି କଲା? ଯଦିଓ ଏହି ଜମି ଇଡକୋକୁ ଦିଆଯାଇଛି, ତଥାପି ଆଇନ ଅନୁସାରେ, ଜଙ୍ଗଲ ଥିଲେ, େସଥିପାଇଁ ଅନୁମତି େନବାକୁ ପଡିବ। େହଲେ ଯାହା ସୂଚନା ମିଳୁଛି, ଜିଲ୍ଲା ପ୍ରଶାସନ ଏଥିପାଇଁ େକନ୍ଦ୍ରୀୟ ଅନୁମତି େନଇନାହାନ୍ତି। କିନ୍ତୁ ଏହାର ଉଲ୍ଲଂଘନ େକ୍ଷତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ୧୯୮୦ ଜଙ୍ଗଲ ସଂରକ୍ଷଣ ଆଇନରେ ସ୍ପଷ୍ଟ ଭାବେ େଲଖା ଯାଇଛି। ଏଭଳି ପରିେପ୍ରକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶ ଆଧାରରେ ତଦନ୍ତ ରିେପାର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ େହାଇସାରିଥିଲେ େହଁ ରିେପାର୍ଟ େଲଖା େହବା ପର୍ଯ୍ୟନ୍ତ କାହା ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଜିର ନିଷ୍ପତ୍ତିକୁ ବିେରାଧୀ ଦଳ ନେତା ସ୍ୱାଗତ କରିଥିଲେ େହଁ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ପାଖାପାଖି ୭୫୬ ଗଛ କଟା ହୋଇଯାଇଥିବା ସୂଚନା ମିଳିଛି। ଆଜି ବିଧାନସଭାରେ ବିେରାଧୀ ଦଳ ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆେଲାଚନା ପାଇଁ େଦଇଥିଲେ। ବାଚସ୍ପତି ଏହାକୁ ଗ୍ରହଣ କରିଥିେଲ। େହଲେ ଗୃହରେ ଅସ୍ବାଭାବିକ ପରିସ୍ଥିତି ଲାଗି ରହିବାକୁ ମୁଲତବୀ ପ୍ରସ୍ତାବ ଉପରେ ଆେଲାଚନା େହାଇପାରିନଥିଲା। ଆସନ୍ତାକାଲି ଯଦି ଗୃହ ସ୍ବାଭାବିକ ରହେ, େତବେ ଏହି ପ୍ରସଙ୍ଗରେ ଆେଲାଚନା େହବ।

By amfnews

Related Post