ରାଉରକେଲା, ୧୦ା୧୧ : ରାଉରକେଲା ଜିଲା କଂଗ୍ରେସ ତରଫରୁ ବିଶ୍ରା ଛକସ୍ଥିତ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟଶାଖା ପାଶ୍ୱର୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବିମୁଦ୍ରୀକରଣର ୨ ବର୍ଷ ପୂର୍ତ୍ତି ଅବସରରେ ଏକ ପଥପ୍ରାନ୍ତ ସଭା ତଥା ବିକ୍ଷୋଭ ପ୍ରଦର୍ଶନ ଜିଲା ସଭାପତି ରବି ରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିମୁଦ୍ରୀକରଣ ଯୋଗୁଁ ଭାରତର ଆବାଳବୃଦ୍ଧବନିତା କିଭଳି ଭାବେ ପ୍ରଭାବିତ ହୋଇଥିଲେ ତାହା ଜଣେ ଜଣେ କଂଗ୍ରେସ ନେତା ନିଜ ନିଜ ବକ୍ତବ୍ୟରେ ବିସ୍ତୃତ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦିଜୀ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ତାହା ଧୂଆଁବାଣ ବୋଲି ପ୍ରତ୍ୟେକ ନାଗରିକ ହୃଦ୍ବୋଧ କରୁଛନ୍ତି । ଉକ୍ତ ପଥପ୍ରାନ୍ତ ସଭାରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପ୍ରଦେଶ କଂଗ୍ରେସ ସମ୍ପାଦକ ରଶ୍ମୀରଞ୍ଜନ ପାଢୀ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ସେବାଦଳର ରାମପ୍ରସାଦ ଜୟସ୍ୱାଲ, ବରିଷ୍ଠ କଂଗ୍ରେସ ନେତା ବରିୟମ ସିଂହ, ସୋମନାଥ ପଣ୍ଡା, ଇଜାଜ ଅହମ୍ମଦ, ଚିତ୍ତରଞ୍ଜନ ମହାନ୍ତି, ଭାସ୍କର ଖିଲାର, ସନ୍ତୋଷ ତନ୍ତୀ, ବୁଲୁ ଦାସ, ଏମାଡି ସାହିଦ, ଗିରିଜା ମିଶ୍ର ରାମପୁକାର ସିଂହ, ଶଙ୍କର ଅଗ୍ରୱାଲ, ଦୀନବନ୍ଧୁ ଭୋଳ, ମହିଳା ସଭାନେତ୍ରୀ ପ୍ରଭାତୀ ମିଶ୍ର, ଲତା ନାଏକ, ଗୀତା ସିଂହ ପ୍ରମୁଖ ବକ୍ତଭ୍ୟ ରଖିଥିଲେ ।
ସେହିପରି ବ୍ଲକ୍ ସଭାପତି ଦୁଃସା ନାଏକ, ରଘୁ ଦାସ, ରଜନୀକାନ୍ତ ପାତ୍ର, ସର୍ବେଶ୍ୱର ସିଂହ, ଫାରୁଖ ଖାନ, ମାନୁ ସାମଲ, ରାଜେଶ ଟପ୍ପୋ, ଏମ୍ଡି ଇମାମ, ଏମ୍ଡି ସମୀମ, ଘନଶ୍ୟାମ ସୁନା, ପୁରୁଷୋତ୍ତମ ପାତ୍ର, ବିନୋଦ ରାଉତ, ଛାତ୍ରନେତା ହିତେଶ ଦେହୁରୀ, ବନମାଳୀ ବିଶୋୟୀ, ପ୍ରଫୁଲ୍ଲ କଂସାରୀ, ପୂର୍ଣ୍ଣିମା ମୁଖୀ, ଆରତୀ ବେହେରା, ରଜନୀ ଡାକୁଆ, ରଞ୍ଜିତା ମଲ୍ଲିକ, ଗୀତା ଦାସ, ଆୟୁବ ଖାଁ, ରାଜୁ ମହାରଣା, ଗୁଡୁ ସୁନାର, ନଦିନ ଭଟ୍ଟ, ଅରୁଣ ଜୟପୁରିଆ, ସୁନୀଲ ବିଶୋୟୀ, ପ୍ରସନ୍ନ ଜେନା, ରମେଶ ଗୁପ୍ତା, ଯୁବକଂଗ୍ରେସ ଉପସଭାପତି ପ୍ରଦୀପ ବେହେରା, ଆଶିଷ ଲାକ୍ରା, ସୁଶୀଲ ମାହାତୋ, ଅମୀତ କୁମାର, ସୁମିତ କଂସାରୀ, ଅବିନାଷ ଖାଖା, ସୋସିଆଲ ମିଡିଆର ସନ୍ଦୀପନ ମହାପାତ୍ର, ସୁମନ୍ତ ମହାପାତ୍ର, ରାଜେନ୍ଦ୍ର ରଜାକ, କ୍ରିଷ୍ଣା ବାସୁଦେବ, ସଦ୍ଦାମ ଅହମ୍ମଦ, ସୁରୟତା ବାରିକ, ହରପ୍ରସାଦ ସାମଲ, ଫିରୋଜ ଖାନ, ଡେଭିଡ ନାରଙ୍ଗୀ, ପଙ୍କଜ ସେଠୀ, ଅମୀତ ଦାସ, ଏମ୍ଡି ସାକିର ହୁସେନ, ବିଷ୍ଣୁ ଗୁପ୍ତା, ମହୁ ଯାଦବ, ବି.କେ. ସେଠୀ, ସୂର୍ଯ୍ୟକାନ୍ତ ଜେନା, ଦୀପକ ସିଂହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବାସୁ ବାନାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଜେନ୍ଦ୍ର ତନ୍ତୀ ଧନ୍ୟବାଦ ଦେଇଥିଲେ ।