Wed. Jan 8th, 2025

ବିମୁଦ୍ରିକରଣକୁ ନେଇ ଜନମତ ସର୍ଭେ : ସାଧାରଣ ଲୋକଙ୍କୁ ମିଳିଛି କମ୍ ଲାଭ, ସହିବାକୁ ପଡ଼ିଛି ବେଶୀ କ୍ଷତି

By amfnews Jan 25, 2019 #Featured
297 Views

ଏହାର ପ୍ରଭାବ ନେଇ ଇଣ୍ଡିଆ ଟୁଡେ ଏବଂ କର୍ବି ଇନସାଇଟସ୍ ପକ୍ଷରୁ ସାରା ଦେଶରେ କରାଯାଇଥିଲା ସର୍ଭେ । ଏହା ଅନୁସାରେ ୭୨ ପ୍ରତିଶତ ଲୋକ ମାନୁଛନ୍ତି ଯେ, ବିମୁଦ୍ରିକରଣ ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଲାଭ କମ ବରଂ କ୍ଷତି ବେଶି ପହଞ୍ଚାଇଛି ।

www.newsclick.in

ବିମୁଦ୍ରିକରଣ ପ୍ରଭାବ ଉପରେ  ବିସ୍ତୃତ ପ୍ରଶ୍ନକୁ ନେଇ ଇଣ୍ଡିଆ ଟୁଡେ କାର୍ବି ଇନସାଇଟସ୍, ଦେଶର ୯୭ଟି ସଂସଦୀୟ କ୍ଷେତ୍ରରେ ୧୨, ୧୬୬ ଇଣ୍ଟରଭ୍ୟୁ କରିଥିଲା । ଆଉ ଏଥିରେ ୭୨ ପ୍ରତିଶତ ଲୋକମାନଙ୍କ କହିବା କଥା ବିମୁଦ୍ରାକରଣ ଦ୍ୱାରା ଲୋକମାନଙ୍କୁ ଲାଭ ଅପେକ୍ଷା ଅଧିକ କ୍ଷତି ସହିବାକୁ ପଡିଛି ।

୨୦୧୯ ମୁଡ୍ ଅଫ୍ ଦି ନେସନ୍ ସର୍ଭେ  ଅନୁସାରେ ୨୦ ପ୍ରତିଶତ ଲୋକଙ୍କ କହିବା କଥା, ନୋଟବନ୍ଦୀ ନିଷ୍ପତ୍ତି ଦ୍ୱାରା ଛୋଟ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ସେପଟେ ୧୬ ପ୍ରତିଶତ ଲୋକ ଏହି ନିଷ୍ପତ୍ତି ଦ୍ୱାରା, ବଡ ସଂଖ୍ୟାରେ ଲୋକମାନଙ୍କୁ ନିଜ ଚାକିରି ହରାଇବାକୁ ପଡିଥିବା କହିଛନ୍ତି। ସେହିପରି ୧୪ ପ୍ରତିଶତ ଲୋକଙ୍କ କହିବା କଥା, ବିମୁଦ୍ରାକରଣ ନିଷ୍ପତ୍ତି, ଦେଶର କୃଷକ ମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥିଲା । ସବୁଠାରୁ ବଡ କଥା ହେଉଛି, ୨୨ ପ୍ରତିଶତ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କ କହିବା କଥା, ବିମୁଦ୍ରାକରଣ ନିଷ୍ପତ୍ତି ସମସ୍ତ ଛୋଟ ବ୍ୟବସାୟୀ, ଚାଷୀଙ୍କୁ ପ୍ରଭାବିତ କରିବା ସହ, ଚାକିରିଆ ଲୋକଙ୍କୁ ବେରୋଜଗାର କରିଛି ।

By amfnews

Related Post