147 Views
ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଅଧିକ ବ୍ୟାଗ୍ ନେବା କାରଣରୁ କେବେ ଅତିରିକ୍ତ ଦେୟ ଦେଇଛନ୍ତି? ଫିଲିଫାଇନ୍ସର ଜଣେ ମହିଳା ଅତିରିକ୍ତ ଦେୟ ନ ଦେବାକୁ ଯେଉଁ ଉପାୟ ଆପଣେଇଛନ୍ତି ତାହା ଜାଣିବା ପରେ ଆପଣ ନହସି ରହିପାରିବେ ନାହିଁ। ଅଧିକ ଓଜନର ବ୍ୟାଗ୍ ପାଇଁ ସିନା ଦେୟ ଦେବାକୁ ପଡ଼ିବ, ଓଜନ ବ୍ୟାଗ୍ରୁ କପଡ଼ା କାଢ଼ି ତାହାକୁ ପିନ୍ଧି ପକାଇଲେ କେମିତି ହେବ? ମହିଳା ଜଣକ ଅବିକଳ ଏହି ଉପାୟ ହିଁ ଆପଣେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛନ୍ତି।
ମହିଳାଙ୍କର ଏହି ନିଆରା ପୋଷାକ ଅବତାରକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ଅନେକ ଲୋକ ତାଙ୍କର ମଜାକ ଉଡ଼ାଉଛନ୍ତି। ମହିଳା କିଛି ପୋଷାକ କାଢ଼ି ପିନ୍ଧି ପକାଇବା ପରେ ତାଙ୍କ ବ୍ୟାଗ୍ର ଓଜନ ୬.୫ କିଲୋ ହୋଇଯାଇଥିବା ସୂଚନା ରହିଛି।