Sun. Nov 24th, 2024

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କୁ ରାଜନାଥ ସିଂଙ୍କ ଶ୍ରଦ୍ଧାଞ୍ଜଳି; ଆଜି ଅନ୍ତିମ ସଂସ୍କାର

By amfnews Jun 22, 2019 #Featured
111 Views

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ବାୟୁସେନା ଅଧିକାରୀ ଫ୍ଲାଇଟ୍ ଲେଫ୍ଟନାଣ୍ଟ  ସୁନୀତ୍ ମହାନ୍ତିଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆଜି ଦିବଂଗତ ବାୟୁସେନା ଫ୍ଲାଇଟ୍ ଲେଫ୍ଟନାଣ୍ଟ  ସୁନୀତ୍ ମହାନ୍ତିଙ୍କ ଅନ୍ତିମ ସଂସ୍କାର କରାଯିବ । ଦିଲ୍ଲୀ କେଣ୍ଟରେ ଥିବା ୱାର ସ୍କୋୟାରର ୱାର ସେମେଂଟାରିରେ ବାୟୁସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ ପରେ କରାଯିବ ଶେଷ ସଂସ୍କାର ।

ତେବେ ଏହା ପୂର୍ବରୁ ଦିଲ୍ଲୀରେ ଥିବା ଫ୍ଲାଇଟ୍ ଲେଫ୍ଟନାଣ୍ଟ  ସୁନୀତ୍ ମହାନ୍ତିଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ନିଆଯିବ ମରଶରୀର ।  ବାସଭବନରୁ ୱାର ସେମେଂଟାରିକୁ ପାର୍ଥିବ ଶରୀର ଆଣିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।

ଗତ ଜୁନ୍ ୩ ତାରିଖରେ ଆସାମରୁ ବାୟୁସେନାର କାର୍ଗୋ ବିମାନ ଏଏନ୍ ୩୨ ଅରୁଣାଚଳ ପ୍ରଦେଶ ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିଲା । ଦୁର୍ଘଟଣାର ୯ ଦିନ ପରେ ଅରୁଣାଚଳ ପ୍ରଦେଶର ଉଚ୍ଚ ପାହାଡର ଘଂଚ ଜଙ୍ଗଲ ଭିତରୁ ମିଳିଥିଲା ବିମାନର ଭଗ୍ନାଂଶ ଓ ଏଥିରେ ଥିବା ୧୩ ଜଣଙ୍କ ମରଶରୀର । ଦୁର୍ଘଟଣା ଦିନ ବାୟୁସେନା ଫ୍ଲାଇଟ୍ ଲେଫ୍ଟନାଣ୍ଟ  ସୁନୀତ୍ ମହାନ୍ତି ସୁନୀତ୍ ମହାନ୍ତି ଏହି ବିମାନ ଚଳାଉଥିଲେ ।

By amfnews

Related Post