Fri. Mar 6th, 2026

ବିମାନର ଝରକା ଖୋଲାଥିଲା, ଜୟପୁରରେ ଲ୍ୟାଣ୍ଡ୍‌ କଲା ଲକ୍ଷ୍ନୌରୁ କରାଚି ଅଭିମୁଖେ ଯାଉଥିବା ବିମାନ

376 Views

ଜୟପୁର: କରାଚି ଅଭିମୁଖେ ଯାଉଥିବା ଏକ ବିମାନଟି ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଉଡ଼ାଣ ଭରିଥିବାର କିଛି ସମୟ ପରେ ସେସନା ବିମାନର ଝରକା ଖୋଲା ଅଛି ବୋଲି ସୂଚନା ପାଇବା ପରେ ମଙ୍ଗଳବାର ବିମାନ ଚାଳକ ବିମାନଟିକୁ ଜୟପୁରଠାରେ ଜରୁରିକାଳୀନ ଲ୍ୟାଣ୍ଡିଂ କରାଇଛନ୍ତି। ଏଏନ୍‌ଆଇ କରିଥିବା ଏକ ଟୁଇଟ୍‌ ମୁତାବକ, ଏହି ବିମାନଟି ସକାଳୁ ସକାଳୁ ଲକ୍ଷ୍ନୌରୁ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିମାନଟିରେ କେବଳ କକ୍‌ପିଟ୍‌ କ୍ରିୟୁ ଥିଲେ। ବିମାନରେ କେବଳ କକ୍‌ପିଟ୍‌ କ୍ରିୟୁ ଥିଲେ ବୋଲି ଷ୍ଟେଟ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ସୂଚନା ଦିଆଯାଇଥିଲା ବୋଲି ଜୟପୁରର ବିମାନ ଅଧିକାରୀ କହିଛନ୍ତି।

By amfnews

Related Post