97 Views
ବିଜୟୱାଡା : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷାକୁ କମାଇଦିଆଯାଇଛି | ଯାହାଫଳରେ ବିମାନବନ୍ଦରରେ ଅନ୍ୟ ସାଧାରଣ ଯାତ୍ରୀଙ୍କ ଭଳି ଚନ୍ଦ୍ରବାବୁଙ୍କୁ କଡା ଯାଞ୍ଚ କରାଯାଇଛି | ଆନ୍ଧ୍ରପ୍ରଦେଶର ଗନବରମ ବିମାନବନ୍ଦରରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଯାଞ୍ଚ କରାଯାଇଥିଲା | କେବଳ ଯାଞ୍ଚ ନୁହଁ ବରଂ ସାଧାରଣ ଯାତ୍ରୀଙ୍କ ଭଳି ଶଟଲ ବସରେ ଯିବାକୁ ପଡିଥିଲା | ଏଠାରେ ସୂଚନା ଥାଉ କି ଚନ୍ଦ୍ରବାବୁଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି |
ତାଙ୍କ ସହ ୨୪ ଘଣ୍ଟା ଧରି ୨୩ ଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ସହ ଏସ୍କର୍ଟ ଗାଡି ମିଳିଛି | ୨୦୦୩ ମସିହାରେ ତିରୁପତିର ଅଳିପିରିରେ ମାଓବାଦୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ | ଏହା ପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଥିଲା |