Fri. Mar 28th, 2025

ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେଉଥିବା ର‍୍ୟାଗିଂକୁ ନେଇ ରାଜ୍ୟ ସରକାରଙ୍କୁ ଓଏଚ୍‌ଆରସିଙ୍କ ନୋଟିସ୍‌

By amfnews Sep 19, 2019 #Featured
196 Views

ଭୁବନେଶ୍ବର : ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେଉଥିବା ର‍୍ୟାଗିଂକୁ ନେଇ ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆରସି) ହସ୍ତକ୍ଷେପ କରିଛନ୍ତି। ଆଜି ର‍୍ୟାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ଓଏଚ୍‌ଆରସି ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ରୢାଗିଙ୍ଗ୍‌ ବନ୍ଦ କରିବା ପାଇଁ ସରକାର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ସହ ଏହାର ମନିଟର କରିବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏ ସବୁ ଆଢ଼ୁଆଳରେ ରୢାଗିଂ ତା’ର ଅସ୍ତିତ୍ବ ଜାହିର କରୁଛି। ଏଣୁ ସରକାରଙ୍କ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଗଠନ ହୋଇଥିବା ଆଣ୍ଟି ରୢାଗିଂ ହେଲ୍ପ ଲାଇନ୍‌ କି କାମ କରୁଛି? ଏହାକୁ ନିୟମିତ ମନିଟର କରାଯାଉଛି କି ନାହିଁ, ନିକଟ ଅତୀତରେ ଘଟିଥିବା ବିଭିନ୍ନ ରୢାଗିଂ ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ତାହାର ଉତ୍ତର ୧୦ ଦିନ ମଧ୍ୟରେ ରଖିବା ପାଇଁ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ଅକ୍ଟୋବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି।

ଏଥିସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କୁ ମଧ୍ୟ ନୋଟିସ୍‌ ହୋଇଛି। ଏହି ବିଭାଗଗୁଡ଼ିକ ରୢାଗିଂକୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ଜଣାଇବାକୁ କୁହାଯାଇଛି।

ଆଜି ରୢାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ବର ପରିଡ଼ାଙ୍କ ନେତୃତ୍ବରେ ଚିନ୍ମୟ ମହାପାତ୍ର, ବିଶ୍ବଜିତ ସାହୁ, ଅଜିତ ବେହେରା, ରତିକାନ୍ତ ମହାନ୍ତି, ତପନ କାଣ୍ଡି, ମିର ମହମ୍ମଦ ଅଲ୍ଲୀ, ଗୁରୁ ଜେନା ପ୍ରମୁଖ ମାନବାଧିକାର କମିସନ ଅଧ୍ୟକ୍ଷଙ୍କୁ ଭେଟିବା ସହ ଏ ନେଇ ଲିଖିତ ଅଭିଯୋଗ କରିଥିଲେ।

By amfnews

Related Post