Sat. Nov 23rd, 2024

ବିଭିନ୍ନ ଦାବିରେ ବିଜେପିର ବିଶ୍ରା ବ୍ଲକ୍ କାର୍ଯ୍ୟାଳୟ ଘେରାଉ

By amfnews Oct 28, 2018 #Featured
135 Views

ରାଉରକେଲା, ୨୮ା୧୦  : ବିଜେପି ବିର୍ସା ମଣ୍ଡଳ ସଣ୍ଡଳ ସଭାପତି ମାତୃ ଓରାମଙ୍କ ନେତୃତ୍ୱରେ ବିର୍ସା ତହସିଲ ଅଫିସ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି କର୍ମୀମାନେ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇ ବିଶ୍ରା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ôଚ ଘେରାଉ କରିଥିଲେ । ରାଜ୍ୟ ଉପସଭାନେତ୍ରୀ ତଥା ଜିଲା ପ୍ରଭାରୀ ସୁଶ୍ରୀ ସୁକେଶୀ ଓରାମ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସ୍ଥାନୀୟ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ଅଣଦେଖାକୁ ଘୋର ବିରୋଧ କରିଥିଲେ ।

ଜିଲା ସଭାପତି ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ ଶଙ୍କର ଓରାମ, ପୂର୍ଣ୍ଣିମା କେର୍କେଟା ଓ ନିହାର ରାୟ, ବୀରମିତ୍ରପୁର ବିଧାନସଭା କ୍ଷେତ୍ର ପ୍ରଭାରୀ ଶଶାଙ୍କ ଜେନା, ଜିଲା ସାଧାରଣ ସମ୍ପାଦକ ରାଇସନ ତିର୍କୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ ଆଦି ନେତୃବୃନ୍ଦ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ନେତୃବୃନ୍ଦ ରାଜ୍ୟ ସରକାରଙ୍କୁ ତୁରନ୍ତ ପିସି କାରବାର ବନ୍ଦ କରିବା, ବିନା ପଲ୍ଲୀସଭା/ ଗ୍ରାମ ସଭାର ଅନୁମୋଦନରେ ନିର୍ଦ୍ଦିଷ୍ଟ ଦଳକୁ କାମ ଦେବା ବନ୍ଦ କରିବା, ବିଦ୍ୟାଳୟ ଗୁଡିକର ଆବଶ୍ୟକତା ଅନୁସାରେ ଶିକ୍ଷକ ପଦବୀ ପୂରଣ କରିବା, ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ଶୀଘ୍ର ପୂରଣ କରିବା, ବିଜୁ ଯୁବବାହିନୀଙ୍କୁ ସବୁ କାର୍ଯ୍ୟରେ ଅଗ୍ରାଧିକାର ଦେବା ବନ୍ଦ କରିବା, ପୁରୁଣା ଏସ୍ଏସ୍ଜି ଗ୍ରୁପ୍ ବନ୍ଦ କରି ଦଳୀୟ ଆଥାରରେ ଏସ୍ଏଚ୍ଜି ଗଠନ କରି ଅର୍ଥ ଲୁଟ୍ ବନ୍ଦ କରିବା, ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶର ଦୁର୍ନୀତି ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ୍ରିୟାନୁଷ୍ଠାନ ପାଇଁ ବିଳମ୍ବ, ନିମ୍ନମାନର ରାସ୍ତାଘାଟ ନିର୍ମାଣ କରିବା ପଛର କାରଣ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା, ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ଠିକ୍ ଭାବରେ ଲୋକଙ୍କୁ ଆବଣ୍ଟନ ନ ହେବା, ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଯୋଜନା ଲାଗୁ ନ କରିବା ପଛରେ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଆଦିକୁ କଠୋର ସମାଲୋଚନା କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ବିଜେପିର ଶତାଧିକ କର୍ମୀଙ୍କ ସମେତ ଜିଲା ପରିଷଦ ସଦସ୍ୟ ଅର୍ଜୁନ ଓରାମ, ସୁନୀତା ଟପ୍ପୋ, ମଣ୍ଡଳ ସାଧାରଣ ସମ୍ପାଦକ ରାଜେଶ ଗୋଏଲ, ଜଇକରଣ ଖାଲକୋ, ବିଦେଶୀ ସମାସୀ, ବିସ୍ତାରକ ବାଜୁ ସିକ୍କା, ଦିଲ୍ଲୀପ ସିଂହ, ଅନୀଲ ବରୁଆ, ମନୋଜ ମାହାତୋ, ମହେନ୍ଦ୍ର ସରଦାର, ଅନୀଲ ସାହୁ, ଲାଳନ ସିଂ, ରଣକା ଓରାମ, ଆଶିଷ ଭୂୟାଁ, ଅମର ସିଂ, ଶିବାଶିଷ ମୁଖୀ, ଯୁଗଳ ମାହାତୋ, ରଜନୀ ସେନ, ନିଶା ମାହାତୋ, କୈଳାସ ସାହୁ ସାମିଲ୍ ହୋଇଥିବା ବେଳେ ନିରଞ୍ଜନ ମାହାତୋ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post