Tue. Jun 10th, 2025

ବିଭିନ୍ନ ଦାବିରେ ବିଏମ୍ଏସ୍ର ବିକ୍ଷୋଭ

By amfnews Oct 24, 2018 #Featured
152 Views

ରାଉରକେଲା, ୨୪ା୧୦ : ଭାରତୀୟ ମଜଦୁର ସଂଘର ନିଷ୍ପତ୍ତି ଅନୁଯାୟୀ ୪ ଦଫା ଦାବିରେ ୧୨ ଦିନିଆ ଆନ୍ଦୋଳନ ଆରମ୍ଭ ହୋଇଛି । ବିଏମ୍ଏସ୍ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହିମାଂଶୁ ବଳଙ୍କ ନେତୃତ୍ୱରେ ବିଶ୍ରା ଛକରେ ସକାଳ ୮ଟାରୁ ୯ ଟା ପର୍ଯ୍ୟନ୍ତ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ୧୦ମ ବେତନ ଚୁକ୍ତିନାମା ପାଇଁ ତୁରନ୍ତ ଏନ୍ଜେସିଏସ୍ ବୈଠକ, ସେଲ୍ ପେନ୍ସନ୍ ସ୍କିମ ପ୍ରଚଳନ, ସେଲ୍ରେ କାର୍ଯ୍ୟରତ ଡିପ୍ଲୋମାଧାରୀଙ୍କୁ ଜୁନିଅର ଇଂଜିନିୟର ପଦବୀ, ପଞ୍ଜୀକୃତ ଠିକା ଶ୍ରମିକଙ୍କୁ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପ୍ରଦାନ ଆଦି ଦାବିରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ମୌନ ବିକ୍ଷୋଭ ଚାଲିବ ।

ତେବେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଭିଲାଇରେ କରାଯାଇଥିବା ଉଦ୍ୟମକୁ ରିକ୍ସ ପକ୍ଷରୁ ତୀବ୍ର ଭତ୍ସନା କରାଯାଇଛି । ସେହିପରି ଅପପ୍ରଚାର ଦ୍ୱାରା ବୋନସକୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଥିଲା । ବିଏମ୍ଏସ୍ ବୋନସ୍କୁ ନେଇ ଜିଦ କରିଥିବା ଯୋଗୁ ଶ୍ରମିକମାନେ ପୂଜା ପୂର୍ବରୁ ବୋନସ ପାଇଲେ ବୋଲି କୁହାଯାଇଛି । ବିବେକ ମହାନ୍ତ, ରାଜେନ୍ଦ୍ର ମହାନ୍ତ, ପ୍ରଭାତ ବେହେରା, ସମୀର ମହାନ୍ତ, ଜ୍ଞାନେଶ ପଣ୍ଡା, ସଂଜୟଦାସ, କ୍ଷୀରୋଦ ପଣ୍ଡା, ରୀତାରାଣୀ ସ୍ୱାଇଁ, ଲୋଚନ ମହାନ୍ତି, ଅକ୍ଷୟ ଧଳ, ସରୋଜ ପ୍ରଧାନ, ଲଲିତ ଜେନା, ମହେଶ୍ୱର ସାହୁ, ସରୋଜ ଜେନା, ସରୋଜ ପଣ୍ଡା, ଦୈତାରୀ ମହାନ୍ତ, ମଙ୍ଗଳ ମୁଣ୍ଡାରୀ, ଶିଶିର ଦାସ, ପ୍ରଦୀପ୍ତ ରାୟ, ମୂରଲୀ ସାମଲ ପ୍ରମୁଖ ବକ୍ଷୋଭରେ ସାମିଲ ହୋଇଥିଲେ ।

By amfnews

Related Post