Sat. Mar 7th, 2026

ବିଭାଜନ କଥା ମନେ ପଡ଼ିଲେ ଏବେ ମଧ୍ୟ ଯନ୍ତ୍ରଣା ହୁଏ: ମୋଦି

184 Views

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରଜୌରୀରେ ଆଜି ଭାରତୀୟ ଯବାନଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି ନରେନ୍ଦ୍ର ମୋଦି। ସେ ଏହି ଅବସରରେ କହିଛନ୍ତି, ପାକିସ୍ତାନ ପୁରା ଜମ୍ମୁ-କଶ୍ମୀର ଦଖଲ କରିବା ପାଇଁ କରିଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିପାରିଥିବା ଭାରତୀୟ ସେନାକୁ ସେ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି। ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ମୋଦି ଏହି ଅବସରରେ କହିଛନ୍ତି, ଏହା ବର୍ତ୍ତମାନ ମଧ୍ୟ ଯନ୍ତ୍ରଣା ଦେଉଛି।

ମୋଦି କହିଥିଲେ, “ଆମ ଦେଶକୁ ଭାଗ ଭାଗ କରାଯାଇଥିଲା। ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଶରଣାର୍ଥୀ ହୋଇଯାଇଥିଲେ। ଏହା ସତ୍ତ୍ୱେ ଆମ ଦେଶର ସେମିତି କିଛି ନକାରାତ୍ମକ ଭାବନା ନଥିଲା। କିନ୍ତୁ ପାକିସ୍ତାନ ପୁରା ଜମ୍ମୁ-କଶ୍ମୀର ଛଡ଼ାଇନେବାକୁ ପ୍ରୟାସ ଚଲାଇଲା। ଆମ ସେନାବାହିନୀ ଏହି ଅପପ୍ରୟାସକୁ ପଣ୍ଡ କରିଥିଲେ। ଆଜି ଆମେ ଏହାକୁ ଆମ ଦେଶର ଅଂଶ ରୂପେ ପାଇ ଗର୍ବିତ ଅନୁଭବ କରୁଛେ। ସେମାନେ କିଛି ଅଠା ଏବେ ମଧ୍ୟ ବେଆଇନ ଭାବେ ଦଖଲରେ ରଖିଛନ୍ତି। ଏହା ଆମକୁ ଏବେ ମଧ୍ୟ ଯନ୍ତ୍ରଣା ଦେଉଛି।”

ମୋଦିଙ୍କ ସହ ସେନାଧ୍ୟକ୍ଷ ବିପିନ୍‌ ରାୱତ ମଧ୍ୟ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ. ଶନିବାର ହିଁ ରାୱତ୍‌ ପିଓକେକୁ ଆତଙ୍କବାଦୀ ନିୟନ୍ତ୍ରିତ ଅଞ୍ଚଳ କହିଥିଲେ। ସେ କହିଥିଲେ ପୁରା କଶ୍ମୀର ଆମର।

ଆଜି ମୋଦି ପ୍ରାୟ ୧୦୦୦ ଯବାନଙ୍କୁ ଉଦ୍‌ବୋଧନ ଦେଉଥିଲେ। ସେ ଏହି ଅବସରରେ ୩୭୦ ଧାରା ଉଚ୍ଛେଦ ବାବଦରେ କହି ସରକାରଙ୍କ ପଦକ୍ଷେପକୁ ସଫଳ କରାଇଥିବା ଦେଶର ବୀର ଯବାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଭାରତୀୟ ସୁରକ୍ଷା ବାହିନୀର କମ୍ବାଟ୍‌ ଜ୍ୟାକେଟ୍‌, କ୍ୟାପ୍‌ ଏବଂ ଚଷମା ପିନ୍ଧି ମୋଦି ଯବାନଙ୍କ ମଧ୍ୟରେ ମିଠା ବାଣ୍ଟିବା ସହ ସମସ୍ତଙ୍କୁ ଦୀପବାଳିର ଅଭିନନ୍ଦନ ଜଣାଇଥିଲେ। ସେ ଏହି ଅନୁଭବକୁ ଟ୍ୱିଟ୍‌ କରି ପ୍ରକାଶ କରିଥିଲେ। ମୋଦି ଟ୍ୱିଟ୍‌ରେ କହିଥିଲେ. ଏହି ବୀର ଯବାନଙ୍କ ସହ ପାଳନ କଲେ ଦୀପାବଳି ବି ଆହୁରି ମିଠା ହୋଇଯାଏ।

By amfnews

Related Post