Sat. Mar 7th, 2026

ବିବାହ ପ୍ରସ୍ତାବରେ ଅରାଜି ହେବାରୁ ୯ମ ଶ୍ରେଣୀ ଛାତ୍ରୀଙ୍କ ତଣ୍ଟି କାଟିଲେ ଶିକ୍ଷକ

133 Views

କୁର୍ଣ୍ଣୁଲ୍‌ , ନଭେମ୍ବର,୪: ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିବାରୁ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍‌ ଜିଲ୍ଲାର ଜଣେ ଶିକ୍ଷକ ଶନିବାର ଦିନ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ତଣ୍ଟି କାଟି ପକାଇଛନ୍ତି।ବିବାହ ପ୍ରସ୍ତାବରେ ଅରାଜି ହେବାରୁ ରକ୍‌େଓ୍ଵଲ୍‌ ହାଇସ୍କୁଲ୍‌ରେ ହିନ୍ଦୀ ପଢ଼ାଉ ଥିବା ଶିକ୍ଷକ ଶଙ୍କର ବଳପୂର୍ବକ ଝିଅଟିର ବାସଭବନରେ ପ୍ରବେଶ କରି ଗୋଟାଏ ପରିବା କଟା ଛୁରିରେ ତାକୁ ଆକ୍ରମଣ କରିଥିଲେ।ସହାୟତା ପାଇଁ ଝିଅଟିର ଚିତ୍କାର ଶୁଣି ତା’ର ବାପାମାଆ ଓ ପଡ଼ୋଶୀମାନେ ଘଟନାସ୍ଥଳକୁ ଧାଇଁ ଆସି ତାକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ।ସମ୍ପୃକ୍ତ ଶିକ୍ଷକଙ୍କୁ ଧରି ପୁଲିସରେ ଦେବା ପୂର୍ବରୁ ଗୋଟାଏ ବିଜୁଳି ଖୁଣ୍ଟରେ ବାନ୍ଧି ଲୋକେ ତାଙ୍କୁ ବହେ ଛେଚିଥିଲେ।କର୍ଣ୍ଣୁଲ୍‌ ଟାଉନ୍‌ ପୁଲିସ କହିଛି: ଅଭିଯୁକ୍ତ ୨୫ ବର୍ଷିୟ ଶଙ୍କର ସେ ୧୫ ବର୍ଷୀୟ ଝିଅକୁ ପ୍ରେମ କରିବାକୁ ବର୍ଷେ ହେବ ହଇରାଣ ହରକତ କରି ଆସୁଥିଲେ।

କିନ୍ତୁ, ଝିଅଟି ଥରକୁ ଥର ତାଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଆସୁଥିଲା। ଫଳରେ ଶିକ୍ଷକ ଶଙ୍କର ତା’ ଉପରେ ଆକ୍ରୋଶ ରଖି ଥିଲେ। ଝିଅ ଏକଥା ଘରେ କହିବାରୁ ତା’ର ବାପାମାଆ ଶଙ୍କରଙ୍କୁ ଅନେକ ଥର ଚେତାବନୀ ଦେଇଥିଲେ ମଧ୍ୟ ସେ ତାହା ମାନି ନ ଥିଲେ।ଶନିବାର ସକାଳେ ଶଙ୍କର ନିଶାସକ୍ତ ଅବସ୍ଥାରେ ବଙ୍ଗାରୁପେଟ୍‌ ଠାରେ ଥିବା ଝିଅର ଘରେ ପଶି ତା’ ସହ ଯୁକ୍ତତର୍କ କରିଥିଲେ। ସେତେବେଳେ ଝିଅଟି ଘରେ ଏକୁଟିଆ ଥିଲା। ସହାୟତା ପାଇଁ ଝିଅଟି ଚିତ୍କାର କରିବାରୁ ଶଙ୍କର ରୋଷେଇଘରୁ ଛୁରିଟାଏ ଆଣି ତାକୁ ଆକ୍ରମଣ କରିଥିଲେ।ମାଡ଼ ଖାଇ ଅଭିଯୁକ୍ତ ଆହତ ହୋଇଥିବାରୁ ତାଙ୍କୁ ମଧ୍ୟ ଚିକିତ୍ସା କରାଇବାକୁ ଡାକ୍ତରଖାନାକୁ ପଠାଇଛି ପୁଲିସ।ଭାରତୀୟ ପିଙ୍ଗଳ କୋଡ୍‌ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

By amfnews

Related Post