Mon. Jun 9th, 2025

ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ : ନାବାଳିକା ଗର୍ଭବତୀ, ଯୁବକ ଗିରଫ

By amfnews Apr 29, 2019 #Featured
150 Views

ଗଡ଼ପୋଷ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗଡ଼ପୋଷ ଫାଣ୍ଡି ପୁଲିସ ଭେଲୁଆଡିହି ଗାଁର ପ୍ରକାଶ ଖେସ (୨୨)ଙ୍କୁ ଗିରଫ କରିଛି। ପୀଡ଼ିତା ନାବାଳିକା ଜଣକ ଏବେ ଗର୍ଭବତୀ ଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଭେଲୁଆଡ଼ିହି ଗ୍ରାମର ପ୍ରକାଶ ଗଡ଼ପୋଷ ଅଞ୍ଚଳର ଏହି ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ଛନ୍ଦିଥିଲା। ପରେ ଦୁଷ୍କର୍ମ କରିଥିଲା। ଏବେ ନାବାଳିକା ଜଣକ ୬ ମାସର ଗର୍ଭବତୀ। ଏହା ଜଣାପଡ଼ିବା ପରେ ଝିଅର ପରିବାର ଲୋକେ ବିବାହ ପାଇଁ ପ୍ରକାଶଙ୍କୁ କହିଥିଲେ। ମାତ୍ର ପ୍ରକାଶ ମନା କରି ଦେଇଥିଲା। ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଗଡ଼ପୋଷ ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ। ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରିଥିବା ଜଣାଯାଇଛି। ଏ ନେଇ ଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

By amfnews

Related Post