ରେଓ୍ଵାଡ଼ି: ୩୨ ବର୍ଷୀୟା ଶର୍ମିଲା ଏବେ ହରିୟାଣା ରୋଡ଼୍େଓ୍ଵଜ୍ର ପ୍ରଥମ ମହିଳା ବସ୍ କଣ୍ଡକ୍ଟର ଭାବେ ନିଯୁକ୍ତି ପାଇଥିବା ଜଣା ପଡ଼ିଛି । ଘରର ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ୮ବର୍ଷର ସଂଘର୍ଷ ପରେ ତାଙ୍କୁ ଏହି ଚାକିରି ମିଳିଥିବା କହିଛନ୍ତି ଶର୍ମିଲା । ଗୋଟେ ଗୋଡ଼ରୁ ସେ ୪୦ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ କଣ୍ଡକ୍ଟର ହେବା ଭଳି କାମକୁ ସେ ଆପଣାଇ ଥିବାରୁ ତାଙ୍କ ସାହାସ ଏବଂ ମନୋବଳକୁ ସମସ୍ତେ ପ୍ରଶଂସା କରିଥିବା ଦେଖାଯାଇଛି ।
ସୂଚନା ମୁତାବକ, ୨୦୦୭ରେ ବିବାହ ହୋଇଯିବା ପରେ ସେ ନିଜର ଦ୍ୱାଦଶ ପରୀକ୍ଷା ଆଉ ଦେଇ ପାରି ନଥିଲେ । ଯେଉଁଥି ପାଇଁ ସେ ଆଜି ପର୍ଯ୍ୟନ୍ତ ଅନୁତାପ କରୁଛନ୍ତି। ଦୁଇ ବର୍ଷ ପୂର୍ବେ ସେ ରାଜସ୍ଥାନ ଯାଇଥିବା ବେଳେ ସେଠାରେ ଜଣେ ମହିଳାଙ୍କୁ ବସ୍ କଣ୍ଡକ୍ଟର ଭାବେ ଦେଖି ୧୦ମ ପର୍ଯ୍ୟନ୍ତ ପଢ଼ି ମଧ୍ୟ ସେ ଚାକିରି କରି ପାରିବେ ବୋଲି ଭାବିଥିଲେ । ପରେ ସେ ରେଡ଼୍କ୍ରସ୍ରୁ ଫାଷ୍ଟଏଡ଼୍ ଲାଇସେନ୍ସ ନେଇଥିଲେ । କିଛି ଦିନ ତଳେ କଣ୍ଡକ୍ଟର ପାଇଁ ନିଯୁକ୍ତ ଚାଲୁଥିବା ବେଳେ ଶର୍ମିଲା ଏଥିପାଇଁ ଆବେଦନ କରିଥିଲେ । ପରେ ତାଙ୍କ ଆବେଦନକୁ ଗ୍ରହଣ କରାଯିବା ସହ ଗତ ଗୁରୁବାର ତାଙ୍କୁ ନିଯୁକ୍ତି ମିଳିଥିବା ଜଣା ପଡ଼ିଛି । ଏହି ଚାକିରି ପରେ ଶର୍ମିଲା ତାଙ୍କ ପିଲାମାନଙ୍କୁ ଠିକ୍ ଭାବରେ ପାଳି ପାରିବେ ବୋଲି ଆଶା ରଖିଛନ୍ତି ।