Sat. Mar 7th, 2026

ବିବାହ ଉତ୍ସବରେ ଗ୍ୟାସ୍‌ ବିସ୍ଫୋରଣ ଘଟି ଇରାନରେ ୧୧ ମୃତ, ୩୦ରୁ ଅଧିକ ଆହତ

179 Views

କୁର୍ଦିସ୍ତାନ : ଇରାନର କୁର୍ଦିସ୍ତାନ ପ୍ରଦେଶ ଅନ୍ତର୍ଗତ ସାକ୍କେ୍ଵଜ୍‌ ସହରରେ ଅଗ୍ନିକାଣ୍ଡ ଯୋଗୁଁ ଏଗାର ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ତିରିଶିରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଗୁରୁବାର ଦିନ ଜଣେ ସ୍ଥାନୀୟ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଗୋଟାଏ ବିବାହ ଉତ୍ସବରେ ଗ୍ୟାସ୍‌ ବିସ୍ଫୋରଣ ଘଟିଥିଲା। ସାମାଜିକ, ରାଜନୈତିକ ଏବଂ ସୁରକ୍ଷା ମାମଲା ଦାୟିତ୍ୱରେ ଥିବା ପ୍ରଦେଶର ଡେପୁଟି ଗଭର୍ଣ୍ଣର୍‌ ଜେନେରାଲ୍‌ ହୋସେନ୍‌ ହୁଶେକ୍‌ବାଲ୍‌ କହିଛନ୍ତି: ବାହାଘରକୁ ଆମନ୍ତ୍ରିତ ଏଗାର ଜଣ ମୃତ ଅତିଥିଙ୍କ ସହ ୩୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ଆହତ ବ୍ୟକ୍ତିମାନଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

By amfnews

Related Post