144 Views
ମୁମ୍ବାଇ, ନଭେମ୍ବର ୧୪ : ନଭେମ୍ବର ୧୪-୧୫ରେ ଇଟାଲୀରେ ବିବାହ କରିବେ ବଲିଉଡ୍ର ବାଜିରାଓ-ମସ୍ତାନି । ବିବାହର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇ ଯାଇଥିବା ବେଳେ ବିବାହ ସ୍ଥଳକୁ ସଜାଇବା କାମ ଆରମ୍ଭ ହୋଇ ସାରିଛି । ଗତକାଲି ରଣବୀର ଦୀପିକାଙ୍କୁ ସିପ୍ଲେନ୍ରେ ନେବା ପାଇଁ ଆସିବେ ବୋଲି ଜଣା ପଡ଼ିଥିବା ବେଳେ ଆଜି ଦୁହିଁଙ୍କ ବିବାହ ସହ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଦୀପ୍-ବୀର ନିଜ ଅତିଥିମାନଙ୍କୁ ବିବାହରେ କୌଣସି ଉପହାର ନ ଆଣିବା ପାଇଁ ଅନୁରୋଧ କରିଛନ୍ତି । ଉପହାର ପରିବର୍ତ୍ତେ ସେହି ଟଙ୍କାଙ୍କୁ ଦ ଲାଇଭ୍ ଲଭ୍ ଲାଫ୍ ଫାଉଣ୍ଡେସନକୁ ଦାନ କରିବା ପାଇଁ କହିଥିବା ଜଣାପଡ଼ିଛି । ଦୀପ୍-ବୀରଙ୍କ ଏହି ନିଷ୍ପତ୍ତିି ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ପ୍ରଶଂସାର ସୁଅ ଛୁଟାଇଛନ୍ତି । ଆସନ୍ତାକାଲି ବିବାହର ସବୁ କାମ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର ଦୁହିଁଙ୍କ ବିବାହ ଉପରେ ରହିଛି ।