Fri. Mar 6th, 2026

ବିପୁଳ ପରିମାଣର ଦେଶୀ ବିଦେଶୀ ଚୋରା ମଦ ଜବତ: ୭ ଗିରଫ

176 Views

ରାଉରକେଲା, ନଭେମ୍ବର ୦୧ : ଅବକାରୀ ବିଭାଗ ପକ୍ଷରୁ ବେଦବ୍ୟାସର ଗୋପପାଲୀ, ବିରକେରା, ଗୋପାଡିହି, ସାଲିଆଟୋଲି ଓ ଜଲଦା ଅଞ୍ଚଳରେ ଚଢଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ଅଧିକାରୀ ପ୍ରଦୀପ ପଟ୍ଟନାୟକ, ଇନିସ୍ପେକ୍ଟର ମିହିର କୁମାର ସେଠୀ, ଏସ୍ଆଇ ଶ୍ରୁତିକାନ୍ତ ଜେନା, ନାରାୟଣ ଜେନା, ମନୀଷା ଭୋଳ ପ୍ରମୁଖଙ୍କୁ ନେଇ ଗଠିତ ଦଳ ଉପରୋକ୍ତ ଚଢଉ କରି ରମେଶ ସାହୁ ଠାରୁ ସାଢେ ୩୩ ଲିଟର ଚୋରା ବିଦେଶୀ ମଦ ଓ ୨୧ ଲିଟର ବିୟର ଜବତ କରିଥିଲେ ।

ସେହିପରି ଚନ୍ଦନ ସାହୁ ଠାରୁ ୨୧ ଲିଟର ୭୫୦ ମିଲିଲିଟର ଚୋରା ବିଦେଶୀ ମଦ ଓ ୧୯ ଲିଟର ଚୋରା ବିୟର ଜବତ କରିଥିଲେ । ଅନୁରୂପ ଭାବେ ମକ୍କା କୁଜୁର ଠାରୁ ୭ ଲିଟର, ବିନ୍ଦି କୁଜୁର ଘରୁ ୧୨ ଲିଟର, ଇତୁକାର୍ଣ୍ଣି ଏକ୍କା ଘର ୧୫ ଲିଟର, ଶୁକ୍ରା କୁଜୁର ଘରୁ ୫ ଲିଟର, ଫିରୁ କୁମ୍ଭାର ଘରୁ ୨୦ ଲିଟର ମୋଟରେ ୬୯ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି । ଏଥିସହ ସେମାନଙ୍କ ଠାରୁ ୧୦୦୦ କେଜି ମହୁଲ ପୋଚ୍ଚ ଜବତ କରି ନଷ୍ଟ କରିଦିଆଯାଇଛି । ତେବେ ବିପୁଳ ପରିମାଣରେ ଏହି ଚୋରା ବିଦେଶୀ ମଦ ସବୁ ଢାବାକୁ ଯୋଗାଣ ହେଉଥିବା ଖବର ମିଳିଛି ।

By amfnews

Related Post